ମୁମ୍ବାଇ ୧୮/୦୪: ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ତାଙ୍କ ସମୟରେ ସେ ଫ୍ୟାନ୍ସଙ୍କ ହୃଦୟର କରୁଥିଲେ ରାଜ୍। ବିଶେଷକରି ଫିମେଲ ଫ୍ୟାନ୍ସ ତାଙ୍କର ଦିୱାନୀ ଥିଲେ। ଖାଲି ଫ୍ୟାନ୍ସ କାହିଁକି ଅନେକ ଅଭିନେତ୍ରୀ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ। ହେଲେ ଧର୍ମେନ୍ଦ୍ର ବଲିଉଡର ଡ୍ରୀମ୍ ଗାର୍ଲ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଗଲେ ଏବଂ ତାଙ୍କୁ ବିବାହ କଲେ। କିନ୍ତୁ, ଖୁବ କମ୍ ଲୋକ ଜାଣିଥିବେ ଯେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ଜୀବନରେ ଆସିବା ପୂର୍ବରୁ, ସେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ପାଇଁ ଦିୱାନା ଥିଲେ। ଏପରିକି ଧର୍ମେନ୍ଦ୍ର ସେହି ଅଭିନେତ୍ରୀଙ୍କ ଫିଲ୍ମ ୪୦ ଥର ଦେଖୁଥିଲେ। ଧର୍ମେନ୍ଦ୍ର ନିଜେ ଏହା ସ୍ୱୀକାର କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ର ଥରେ ପ୍ରକାଶ କରିଥିଲେ ଯେ ସେ ସୁରୈୟାଙ୍କ ସୌନ୍ଦର୍ଯ୍ୟରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ ତାଙ୍କ ଫିଲ୍ମ "ଦିଲଲଗୀ"କୁ ୪୦ ଥର ଦେଖିଥିଲେ। ସେ ତାଙ୍କର ଫିଲ୍ମ ଦେଖିବାର ସୁଯୋଗ ପାଇବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ। ଧର୍ମେନ୍ଦ୍ର, ସୁରୈୟାଙ୍କ ଅନ-ସ୍କ୍ରିନ୍ ପ୍ରେଜେନ୍ସ ଉପରେ ପୁରା ଫିଦା ହୋଇ ଯାଇଥିଲେ।
ତେବେ ଜୁନ୍ ୧୯୨୯ରେ ଜନ୍ମିତ ସୁରୈୟା ପଞ୍ଜାବର ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦେବ ଆନନ୍ଦଙ୍କ ସହ ତାଙ୍କର ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଉଥିଲା। ଜଣେ ଚମତ୍କାର ଅଭିନେତ୍ରୀ ହେବା ବ୍ୟତୀତ, ସୁରୈୟା ଜଣେ ପ୍ଲେବ୍ୟାକ୍ ଗାୟିକା ଭାବରେ ମଧ୍ୟ ଜଣାଶୁଣା ଥିଲେ। ତାଙ୍କ କ୍ୟାରିଅରରେ, ସୁରୈୟା ୭୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଏବଂ ୩୩୮ ଟି ଗୀତ ଗାଇଥିଲେ।