ମୁମ୍ବାଇ ୧୮/୦୪: ଫିଲ୍ମ ‘ନୋ ଏଣ୍ଟ୍ରି-୨’ରେ ଅନ୍ୟତମ ମୁଖ୍ୟ କଳାକାର ଭାବେ ନଜର ଆସିବେ ତମନ୍ନା ଭାଟିଆ । ଫିଲ୍ମରେ ଅର୍ଜୁନ କପୁର, ବରୁଣ ଧୱନ ଓ ଦିଲଜିତ ଦୋସାଂଝ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ନିର୍ମାତା ଅଦ୍ୟାବଧି କୌଣସି ଲିଡ୍ ଲେଡିଙ୍କ ନାଁ ଘୋଷଣା କରିନାହାନ୍ତି । ଗତ ବର୍ଷ ଏପ୍ରିଲ ୪ରେ ବୋନି କପୁର ଫିଲ୍ମର ସିକ୍ୱେଲ ଘୋଷଣା କରିଥିଲେ । କେବଳ ପୁରୁଷ କଳାକାର ଓ ନିର୍ଦ୍ଦେଶକ ଅନୀସ ବଜ୍ମୀଙ୍କ ନାଁ ଘୋଷଣା କରିଥିଲେ ।
ବଲିଉଡ୍ ୱେବ୍ସାଇଟ୍ ପିପିଂ ମୁନ୍ରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଉଲ୍ଲେଖ ହୋଇଛି, ଫିଲ୍ମ ‘ନୋ ଏଣ୍ଟ୍ରି’ରେ ବିପାଶା ବସୁ ଯେଉଁ ଭୂମିକାରେ ଅଭିନୟ କରିଥିଲେ, ସିକ୍ୱେଲରେ ସେହିଭଳି ଭୂମିକାରେ ନଜର ଆସିବେ ତମନ୍ନା । ମୂଳ ଫିଲ୍ମ ୨୦୦୫ ମସିହାରେ ମୁକ୍ତିଲାଭ କରିଥିଲା । ମୁଖ୍ୟ ଭୂମିକାରେ ଥିଲେ ସଲମାନ ଖାନ୍ ଓ ଅନିଲ କପୁର । ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା, ଏହାର ସିକ୍ୱେଲ ପାଇଁ ନିର୍ମାତା ମାନୁଷୀ ଛିଲ୍ଲର ଓ ଅଦିତି ରାଓ ହୈଦରୀଙ୍କ ସହ ସମ୍ପର୍କ କରିଥିଲେ । କିନ୍ତୁ ଅଦ୍ୟାବଧି ଏ ନେଇ କିଛି ସ୍ପଷ୍ଟ ଖବର ଆସିନାହିଁ । ଇତିମଧ୍ୟରେ ନିର୍ଦ୍ଦେଶକ ଅନୀସ ବଜ୍ମୀ ବର୍ଷ ଆରମ୍ଭରେ ଏକ ଇନ୍ଷ୍ଟା ପୋଷ୍ଟ୍ ଶେୟାର କରିଥିଲେ । ‘ନୋ ଏଣ୍ଟ୍ରି-୨’ର ସୁଟିଂ ପାଇଁ ସେ ସ୍ଥାନ ଖୋଜୁଥିବା କହିଥିଲେ । ଗ୍ରୀକ୍ର କିଛି ଫଟୋ ଶେୟାର କରି ‘ନୋ ଏଣ୍ଟ୍ରି-୨’ର ପାଗଳାମି ପାଇଁ ନୂଆ ରୋମାଞ୍ଚକର ସ୍ଥାନ ଖୋଜୁଥିବା କ୍ୟାପ୍ସନ ଲେଖିଥିଲେ ।