ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମହଙ୍ଗା ପଡିଲା ଉର୍ବଶୀଙ୍କ ବୟାନ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧାର୍ମିକ ଅନୁଷ୍ଠାନ

Published By : prameya | April 19, 2025 2:44 PM

ମୁମ୍ବାଇ,୧୯/୦୪: ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାନ୍ତି । ଅନେକ ଥର ସୋସିଆଲ ମିଡ଼ିଆରେ ତାଙ୍କୁ ଏଭଳି ମନ୍ତବ୍ୟ ଯୋଗୁଁ ଟ୍ରୋଲ୍ ହେବାକୁ ମଧ୍ୟ ପଡିଥାଏ। ଆଉ ଏହାରି ମଧ୍ୟରେ ସେ ପୁଣିଥରେ ବିବାଦରେ ଫସିଛନ୍ତି। ନିକଟରେ ସେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଯୋଗୁଁ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ସେ କହିଥିଲେ ଯେ ଉତ୍ତରାଖଣ୍ଡର ବଦ୍ରିନାଥରେ ତାଙ୍କର ଏକ ମନ୍ଦିର ଅଛି। ତାଙ୍କର ଏହି ବୟାନ ଯୋଗୁଁ ବିବାଦ ଦେଖାଦେଇଛି। ତାଙ୍କ ବିରୁଦ୍ଧରେ ସନ୍ଥ ଏବଂ ମୁନିମାନଙ୍କ ମଧ୍ୟରେ ଏବଂ ଲୋକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ବଦ୍ରିନାଥ ମନ୍ଦିରର ପୂର୍ବତନ ଧାର୍ମିକ ଅଧିକାରୀ ଭୁବନ ଉନିଆଲ କହିଛନ୍ତି, "ଆମେ ଏହାକୁ ଦୃଢ଼ ବିରୋଧ କରୁଛୁ। ଏହା ଭୁଲ। ଏହା ସମାଜରେ ଏକ ଭୁଲ ବାର୍ତ୍ତା ଦେବ। ଆମେ କହୁଛୁ ଯେ ସରକାର ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଯେବେଠାରୁ ଆମେ ଶୁଣିଲୁ ଯେ ଉର୍ବଶୀ ରାଉତେଲା ବଦ୍ରିନାଥର ଦେବୀ ଉର୍ବଶୀଙ୍କ ମନ୍ଦିରକୁ ନିଜର ବୋଲି ଦାବି କରୁଛନ୍ତି, ଆମେ ବହୁତ ଦୁଃଖିତ। ଆମେ ବହୁତ ଯନ୍ତ୍ରଣା ଅନୁଭବ କରୁଛୁ। ଆମେ ଏହାର ଦୃଢ଼ ବିରୋଧ କରୁ।"

ସେହିପରି ବଦ୍ରିନାଥର ତୀର୍ଥ ପୂଜାରୀ ଡକ୍ଟର ବ୍ରଜେଶ ସତୀ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।  ସେ କହିଛନ୍ତି ଯେ, ଉର୍ବଶୀ ରାଉତେଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଉର୍ବଶୀ ରାଉତେଲାଙ୍କ ଦ୍ୱାରା ଦିଆଯାଇଥିବା ବୟାନ ସମ୍ପୂର୍ଣ୍ଣ ନିନ୍ଦନୀୟ। ଉତ୍ତରାଖଣ୍ଡ ଚାରିଧାମ ତୀର୍ଥ ମହାପଞ୍ଚାୟତ ତାଙ୍କ ବୟାନକୁ ନିନ୍ଦା କରୁଛି ଏବଂ ଆମେ ସରକାରଙ୍କ ନିକଟରେ ଦାବି କରୁଛୁ ଯେ ଉର୍ବଶୀ ରାଉତେଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।"

ସେ ଆହୁରି କହିଛନ୍ତି, “ଆମେ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରଠାରୁ ମଧ୍ୟ ଦାବି କରୁଛୁ ଯେ ସେମାନେ ଏହି ଦିଗରେ ପଦକ୍ଷେପ ନିଅନ୍ତୁ।” ତେବେ ସିଦ୍ଧାର୍ଥ କନ୍ନନଙ୍କ ସହ କଥାବାର୍ତ୍ତା ସମୟରେ ଉର୍ବଶୀ ଏହି ବୟାନ ଦେଇଥିଲେ। ସେ କହିଥିଲେ ଯେ ବଦ୍ରିନାଥ ନିକଟରେ ଥିବା ଉର୍ବଶୀ ମନ୍ଦିର ତାଙ୍କୁ ସମର୍ପିତ। ସେ ଏହା ମଧ୍ୟ କହିଥିଲେ ଯେ ସେ ଚାହାଁନ୍ତି ଯେ ଦକ୍ଷିଣରେ ମଧ୍ୟ ତାଙ୍କ ନାମରେ ଏକ ମନ୍ଦିର ନିର୍ମାଣ ହେଉ। ପ୍ରକାଶ ଥାଉକି, ଉତ୍ତରାଖଣ୍ଡର ମନ୍ଦିରଟି ଉର୍ବଶୀ ରାଉତେଲାଙ୍କ ମନ୍ଦିର ନୁହେଁ ବରଂ ଦେବୀ ଉର୍ବଶୀଙ୍କ ମନ୍ଦିର।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.