ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଉଦ୍ଧବ ଠାକରେଙ୍କ ସହ ହାତ ମିଶାଇବେ ରାଜ୍‌ ଠାକରେ ! ଏମଏନଏସ୍ ମୁଖ୍ୟଙ୍କ ମନ୍ତବ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା

Published By : Tapas Panda | April 19, 2025 5:02 PM

Image Courtesy: freepressjournal

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ମାଞ୍ଜରେକରଙ୍କ ସହ ଏକ ପଡକାଷ୍ଟରେ, ରାଜ ଠାକରେ ତାଙ୍କ ସମ୍ପର୍କୀୟ ଭାଇ ଏବଂ ଶିବସେନା (UBT) ସଭାପତି ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ସହ ମୋର ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଯଦି ଆମକୁ ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ ଏକ ହେବାକୁ ପଡ଼େ ତେବେ ମୁଁ ଏଥିପାଇଁ ପ୍ରସ୍ତୁତ । ରାଜ ଠାକରେ କହିଛନ୍ତି, ‘ମହାରାଷ୍ଟ୍ରର ସ୍ୱାର୍ଥ ଆଗରେ ଆମର ଲଢ଼େଇ ଏବଂ ମତଭେଦର କୌଣସି ଅର୍ଥ ନାହିଁ । ତେଣୁ ମୁଁ ଭାବୁନାହିଁ ଯେ, ଏକାଠି ହେବା ଏବଂ ଏକାଠି ରହିବାରେ କୌଣସି ଅସୁବିଧା ଅଛି । କିନ୍ତୁ କଥାଟି କେବଳ ଇଚ୍ଛାର । ଏହା କେବଳ ମୋର ଇଚ୍ଛାର ବିଷୟ ନୁହେଁ। ଏହା ମୋର ସ୍ୱାର୍ଥର ମଧ୍ୟ ବିଷୟ ନୁହେଁ ।’ମହାରାଷ୍ଟ୍ର ପ୍ରତ୍ୟେକ ରାଜନୈତିକ ଦଳରେ ଥିବା ମରାଠୀ ନେତାମାନେ ଏକାଠି ହୋଇ ଏକ ଦଳ ଗଠନ କରିବା ଉଚିତ ବୋଲି ସେ କହିଛନ୍ତି । 

ରାଜ ଠାକରେ ଶିବସେନାଠାରୁ ଅଲଗା ହୋଇ ମାର୍ଚ୍ଚ ୯, ୨୦୦୬ରେ ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ । ଉଦ୍ଧବ ଠାକରେଙ୍କ ପାଇଁ ସେ ଶିବସେନାରୁ ଅଲଗା ହୋଇଥିଲେ ବୋଲି କୁହାଯାଏ । ଶିବସେନା ପ୍ରତିଷ୍ଠାତା ବାଲ୍ ଠାକରେ ଦଳରେ ତାଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ। ଏହି କାରଣରୁ ରାଜ ଠାକରେ ଅସନ୍ତୁଷ୍ଟ ହୋଇ ଏକ ନୂତନ ଦଳ ଗଠନ କରିଥିଲେ ବୋଲି ମଧ୍ୟ ଅନେକ ରିପୋର୍ଟରୁ ଜଣାଯାଏ ।  ସେପଟେ ଏମଏଦଏସ୍‌ର ରାଜନୈତିକ ଯାତ୍ରା ଅନେକ ଉତ୍ଥାନ ପତନ ଦେଇ ଗତି କରୁଛି । ରାଜ ଠାକରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସମର୍ଥନରେ ପ୍ରଚାର କରିଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ସେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏମଏନଏସ୍‌ ୧୩୫ଟି ଆସନରେ ପ୍ରାର୍ଥୀ ଦେଇଥିଲା କିନ୍ତୁ ଗୋଟିଏ ବି ଆସନରେ ଜିତିପାରି ନଥିଲା । 

ବର୍ତ୍ତମାନ ରାଜ ଠାକରେ ମରାଠୀ ଭାଷାକୁ ନେଇ ଆକ୍ରମଣାତ୍ମକ ହୋଇଉଠିଛନ୍ତି । ତାଙ୍କ ଦଳର କର୍ମୀମାନେ ଅଣ-ମରାଠୀ ଲୋକଙ୍କୁ ଜୋର ଜବରଦସ୍ତି ମରାଠୀ କହିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ର ସରକାର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ତୃତୀୟ ବାଧ୍ୟତାମୂଳକ ଭାଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ରାଜ ଠାକରେ ତୀବ୍ର ବିରୋଧ କରୁଛନ୍ତି  । ରାଜ ଠାକରେ ନିକଟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଏକନାଥ ସିନ୍ଦେଙ୍କୁ ଭେଟିଥିଲେ। ଏହି ବୈଠକ ସମ୍ପର୍କରେ, ଏପ୍ରିଲ ୧୬ ତାରିଖରେ ଏକନାଥ ସିନ୍ଦେ କହିଥିଲେ ଯେ, ଆମେ କ’ଣ ଭେଟିପାରିବୁ  ନାହିଁ ? ବାଲ୍ ଠାକରେଙ୍କ ସମୟରୁ ଆମେ ଏକାଠି କାମ କରୁଥିଲୁ, କିନ୍ତୁ କୌଣସି କାରଣରୁ ଆମେ ଦେଖା ହୋଇନଥିଲୁ । ପ୍ରତ୍ୟେକ ବୈଠକରୁ ରାଜନୈତିକ ଅର୍ଥ ବାହାର କରିବା ଠିକ୍ ନୁହେଁ।  ସେପଟେ ରାଜ ଠାକରେଙ୍କ ପରବର୍ତ୍ତୀ ପଦକ୍ଷେପ ବିଷୟରେ ମଧ୍ୟ କଳ୍ପନାଜଳ୍ପନା ଚାଲିଛି । ବଡ଼ ପ୍ରଶ୍ନ ହେଉଛି ଯେ, ସେ ଏକାକୀ ବିଏମସି ନିର୍ବାଚନ ଲଢ଼ିବେ ନା ଏକ ମେଣ୍ଟ ଗଠନ କରିବେ ? ତା ଉପରେ ସମସ୍ତଙ୍କ ନଜର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.