ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

‘ ଯାହା ହେଲା ତାହା ଖୁବ୍‌ ବର୍ବର ଘଟଣା, ଏମିତି ପୁଣି ଥରେ ଘଟିବା ଉଚିତ ନୁହେଁ ' : ମୁର୍ଶିଦାବାଦ ପୀଡ଼ିତଙ୍କୁ ଭେଟି କହିଲେ ରାଜ୍ୟପାଳ

Published By : Prameya | April 19, 2025 10:50 PM

ନୂଆଦିଲ୍ଲୀ – ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ୍‌ ମୁର୍ଶିଦାବାଦ ହିଂସାରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଶନିବାର ସାକ୍ଷାତ କରିଛନ୍ତି। ସେ ଯଥାସମ୍ଭବ ସାହାଯ୍ୟର ଆଶ୍ୱାସନା ମଧ୍ୟ ଦେଇଛନ୍ତି। ହରଗୋବିନ୍ଦ ଦାସ ଓ ଚନ୍ଦନ ହାସଙ୍କ ମୃତଦେହ ରାମଶେରଗଞ୍ଜର ଜାଫରାବାଦ ଅଞ୍ଚଳରେ ତାଙ୍କ ଘରୁ ମିଳି ଥିଲା। ଶରୀରରେ ଛୁରୀରେ ଆକ୍ରମଣ କରାଯାଇଥିବା କ୍ଷତ ଚିହ୍ନ ଥିଲା। ରାଜ୍ୟପାଳ ବୋଷ ମୃତକଙ୍କ ପରିବାର ସହ ସାକ୍ଷାତ ପରେ କହିଛନ୍ତି , ଯାହା ହେଲା ତାହା ବର୍ବର ଘଟଣା। ଏମିତି ପୁଣି ଥରେ କେବେ ଘଟିବା ଉଚିତ୍‌ ନୁହେଁ। ଲୋକେ ଭୟଭୀତ। ଆମକୁ ସେଠାରେ ସ୍ୱାଭାବିତ ସ୍ଥିତି ଫେରାଇ ଆଣିବାକୁ ପଡ଼ିବ। ଲୋକଙ୍କ ମଧ୍ୟରେ ଏହି ଭରସା ଜାଗ୍ରତ କରିବା ଉଚିତ୍‌ ଯେ ତାଙ୍କର ସୁରକ୍ଷା ପାଇଁ କେହି ଜଣେ ଅଛନ୍ତି। ଏହାସହ ,ଭବିଷ୍ୟତରେ ଏମିତି ଘଟଣାକୁ ରୋକିବା ପାଇଁ ପ୍ରତ୍ୟେକ ପଦକ୍ଷେପ ନେବା ଉଚିତ୍‌। ପୀଡ଼ିତଙ୍କ ଅନେକ ଦାବିରେ ଏକ ପ୍ରମୁଖ ଦାବି ଏହା ଥିଲା ଯେ, ସ୍ଥାୟୀ ବିଏସଏଫ୍‌ କ୍ୟାମ୍ପ ନିର୍ମାଣ କରାଯାଉ। 

ପଶ୍ଚିମବଙ୍ଗର ରାଜ୍ୟପାଳ କହିଛନ୍ତି, ମୁଁ ଅନୁରୋଧ ଗୁଡ଼ିକ ଉପରେ ବିଚାର କରିବି। ତିନିରୁ ଚାରୋଟି ପରାମର୍ଶ ମିଳିଛି। ସେ ସଂପୃକ୍ତ ଅଞ୍ଚଳରେ ବିଏସଏଫ୍‌ର ମୁତୟନର ଦାବି କରିଛନ୍ତି। ମୁଁ ଏହି ମାମଲାକୁ ଉଚିତ୍‌ ଅଧିକାରୀଙ୍କ ସମ୍ମୁଖରେ ଉଠାଇବି। ନିଶ୍ଚିତ ରୂପେ କିଛି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଁ ସେମାନଙ୍କ ସହ ରାଜଭବନର ହେଲଫ୍‌ଲାଇନ୍ ମଧ୍ୟ ସେୟାର କରିଛି। ମୃତକଙ୍କ ଶୋକାକୂଳ ପରିବାରର ସଦସ୍ୟ ରାଜ୍ୟପାଳଙ୍କ ପାଦତଳେ ପଡ଼ି ନ୍ୟାୟର ଗୁହାରୀ କରିବାର ଦେଖିବାକୁ ମିଳିଥିଲା। ପରେ ଧୁଲିୟାନ ବଜାର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିବା ପରେ ଆନନ୍ଦ ବୋଷ କହିଛନ୍ତି ଯେ, ମୁଁ ପୀଡ଼ିତଙ୍କୁ କହିଛି କି, ମୋ ସହ ବିନା ଦ୍ୱିଧାରେ କଥାବାର୍ତ୍ତା କରନ୍ତୁ । ସେ ନ୍ୟାୟ ଚାହାନ୍ତି ଏବଂ ତାଙ୍କୁ ନ୍ୟାୟ ମିଳିବ।

ଏହି ମଧ୍ୟରେ ଗ୍ରାମବାସୀ ଜାଫରାବାଦର ବେତବୋନାରେ ରାସ୍ତାକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଦାବି ରଖିଥିଲେ ଯେ, ରାଜ୍ୟପାଳ ଫେରିଆସି ତାଙ୍କ କଥା ଶୁଣନ୍ତୁ। ତାଙ୍କର କାରକେଡ୍‌ ସେଠାରୁ ଯାଇ ସାରିଥିଲା। ଜଣେ ଅଧିକାରୀ କହିଛନ୍ତି କି ବୋଷ୍‌ ପରେ ବେତବୋନା ଫେରି ଆସିଲେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ତାଙ୍କୁ ଶାନ୍ତ କରାଇଲେ। ଏହି ମୁସଲିମ୍‌ ବହୁଳ ଅଞ୍ଚଳରେ ୮-୧୨ ଅପ୍ରେଲରେ ୱାକଫ ସଂଶୋଧନ ଆଇନର ବିରୋଧରେ ହୋଇଥିବା ହିଂସାକାଣ୍ଡରେ ବାପା-ପୁଅଙ୍କ ସମେତ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ସ୍ଥିତିରେ ୨୭୪ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.