ପ୍ରମୂଖ ଖବର
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ମୁର୍ଶିଦାବାଦରେ ବାପା-ପୁଅଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଜିୟାଉଲ ଶେଖ୍‌ ଗିରଫ, ୮ ଦିନ ଧରି ଥିଲେ ଫେରାର

Published By : Prameya | April 20, 2025 5:10 PM

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ମୁର୍ଶିଦାବାଦ ଜିଲ୍ଲାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୁଲିସ ରବିବାର ଏହି ସୂଚନା ଦେଇଛି। ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,ଶମଶେରଗଞ୍ଜର ଜାଫରାବାଦରେ ଦୁଇ ଜଣ ଲୋକଙ୍କ ହତ୍ୟା ମାମଲାରେ ଏହା ୪ର୍ଥ ଗିରଫଦାରୀ। 

ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜାଫରାବାଦର ପଡୋଶୀ ଗାଁ ସୁଲିତାଲା ପୁରବାପାରା ନିବାସୀ ଜିୟାଉଲ ଶେଖ୍‌। ସେ ୧୨ଅପ୍ରେଲରେ କରାଯାଇ ଥିବା ଏହି ଘଟଣା ପରେ ଫେରାର ଥିଲେ। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍‌) ଓ ସ୍ପେଶାଲ ଇନଭିଷ୍ଟିଗେସନ ଟିମ୍‌ ( ଏସଆଇଟି) ଶେଖ୍‌ଙ୍କୁ ଉତ୍ତର ଦିନାଜପୁର ଜିଲ୍ଲାର ଚୋପ୍ରା ସ୍ଥିତ ତାଙ୍କର ଠିକଣାରେ ଶନିବାର ଗିରଫ କରିଛି। 

ଅଧିକାରୀ କହିଛନ୍ତି , ଏହି ବ୍ୟକ୍ତି ସେହି ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ , ଯିଏକି ଷଡ଼ଯନ୍ତ୍ର ରଚି ୧୨ ଅପ୍ରେଲରେ ହରଗୋବିନ୍ଦୋ ଦାସ ଓ ତାର ପୁଅ ଚନ୍ଦନ ଦାସର ଘରେ ଭଙ୍ଗାରୁଜା କରିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଇ ଥିଲେ। ସେ କହିଛନ୍ତି , ପୁଲିସ ପାଖରେ ୧୨ଅପ୍ରେଲରେ ଅପରାଧ ସ୍ଥଳରେ ତାର ଉପସ୍ଥିତିକୁ ସାବ୍ୟସ୍ତ କରିବା ପାଇଁ ସିସିଟିଭି ଫୁଟେଜ୍‌ ଓ ତାର ମୋବାଇଲ ଫୋନ୍‌ ସମ୍ୱନ୍ଧୀୟ ସୂଚନା ସମେତ ଅନେକ ପ୍ରମାଣ ରହିଛି।

ଏହା ପୂର୍ବରୁ, ପୁଲିସ ଦୁଇ ଭାଇ କାଲୁ ନାଦର ଏବଂ ଦିଲଦାରଙ୍କ ବ୍ୟତୀତ ଇଞ୍ଜମାମ୍‌ ଉଲ୍‌ ହକ୍‌ ନାମକ ବ୍ୟକ୍ତିଙ୍କୁ ବାପା-ପୁଅଙ୍କ ହତ୍ୟାରେ ସାମିଲ ହେବାର ଅଭିଯୋଗରେ ଗିରଫ କରି ଥିଲେ। କାଲୁଙ୍କୁ ବୀରଭୂମି ଜିଲ୍ଲାର ମୁରାରାଇରୁ ଗିରଫ କରାଯାଇ ଥିଲା ଏବଂ ତାଙ୍କର ଭାଇ ଦିଲଦାରଙ୍କୁ ବାଂଲାଦେଶ ସୀମା ଅଞ୍ଚଳରୁ ସୁତି ପୁଲିସ ଥାନାର ଅଧିକାରୀ କ୍ଷେତ୍ରରେ ଧରାଯାଇ ଥିଲା। ୩ୟ ଅଭିଯୁକ୍ତଙ୍କୁ ଜାଫରାବାଦର ପଡୋଶୀ ଗାଁ ସୁରିପାରାରୁ ଧରାଯାଇ ଥିଲା। 

ଅଧିକାରୀ କହିଛନ୍ତି, ଆମେ ମୁର୍ଶିଦାବାଦ ହିଂସା ମାମଲାରେ ୧୦୦ରୁ ଅଧିକ ଏଫଆଇଆର୍‌ ରୁଜୁ କରିଛୁ। ଏହି ମାମଲାରେ ଏବେସୁଦ୍ଧା ୨୭୬ ଜଣ ଲୋକଙ୍କୁ ଗିରଫ କରାଯାଇଛି। ୱାକଫ ଆଇନରେ ସଂଶୋଧନକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସାରେ ଅତି କମ୍‌ରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.