ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

‘ନୀତିଶ ଚୌକି ପାଇଁ ପକ୍ଷ ବଦଳାନ୍ତି’, ଜେଡିୟୁ-ବିଜେପି ସୁବିଧାବାଦୀ ମେଣ୍ଟ: ମଲ୍ଲିକାର୍ଜୁନ ଖଡଗେ...

Published By : Prameya | April 20, 2025 7:50 PM

ନୂଆଦିଲ୍ଲୀ: ଚଳିତବର୍ଷ ଅର୍ଥାତ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି। ଏହି ସମୟରେ ବିହାର ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେପି ଏବଂ ଜେଡିୟୁ ମେଣ୍ଟକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେବଳ ଚୌକି ପାଇଁ ପକ୍ଷ ବଦଳାନ୍ତି।

ଆଜି (ରବିବାର) ବକ୍ସରର ଦଳସାଗର ଷ୍ଟାଡିୟମରେ ଦଳର 'ଜୟ ବାପୁ, ଜୟ ଭୀମ ଏବଂ ଜୟ ସମ୍ବିଧାନ' ରାଲିକୁ ସମ୍ବୋଧିତ କରି କଂଗ୍ରେସ ଅଧ୍ୟକ୍ଷ ଜେଡିୟୁ ଏବଂ ବିଜେପିର ଶାସକ ମେଣ୍ଟକୁ ସୁବିଧାବାଦୀ ବୋଲି କହିଛନ୍ତି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ NDAକୁ କ୍ଷମତାରୁ ବାହାର କରିବାକୁ ଖଡଗେ ବିହାରର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । 

କଂଗ୍ରେସ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ନୀତିଶ କୁମାର ଏବଂ ବିଜେପିର ସୁବିଧାବାଦୀ ମେଣ୍ଟ ରାଜ୍ୟବାସୀଙ୍କ ପାଇଁ ଭଲ ନୁହେଁ। ନୀତିଶ କୁମାର କେବଳ ଚୌକି (ମୁଖ୍ୟମନ୍ତ୍ରୀ ପଦ) ପାଇଁ ପକ୍ଷ ପରିବର୍ତ୍ତନ କରନ୍ତି। ସେ ଆହୁରି କହିଛନ୍ତି ଯେ ଜେଡିୟୁ ମୁଖ୍ୟ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ବିଚାରଧାରାରେ ହାତ ମିଳାଇଛନ୍ତି।

ଖଡଗେ ପଚାରିଛନ୍ତି,'ପ୍ରଧାନମନ୍ତ୍ରୀ ମୋଦିଙ୍କ ବିହାର ପାଇଁ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ପ୍ରତିଶ୍ରୁତିର କ'ଣ ହେଲା?' ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମିଛର କାରଖାନା ଚଳାଉଛନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟ୍ ସମ୍ପର୍କରେ ଖଡଗେ କହିଛନ୍ତି,'ଏହା କଂଗ୍ରେସକୁ ଟାର୍ଗେଟ କରିବା ପାଇଁ କରାଯାଇଛି।' ଆମର ନେତା ମାନଙ୍କୁ ଭୟଭୀତ କରାଯାଇ ପାରିବ ନାହିଁ। ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.