ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ମହାରାଷ୍ଟ୍ରରେ ମହାମିଳନ ! ଠାକରେ ଭାଇଙ୍କ ଭଳି ଏକାଠି ହେବାକୁ ଚାହୁଁଛନ୍ତି ପାଓ୍ବାର ପରିବାର

Published By : Tapas Panda | April 21, 2025 5:01 PM

Image Courtesy: ndtv

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ସବୁବେଳେ କିଛି ନା କିଛି ହଲଚଲ ହେଉଛି । ରାଜ୍ୟରେ ରାଜନୈତିକ ଅସ୍ଥିରତା ଏକ ନିତିଦିନିଆ ପ୍ରସଙ୍ଗରେ ପରିଣତ ହୋଇଛି । ଗତ କିଛି ଦିନ ଧରି ଠାକରେ ପରିବାର ପୁଣି ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ ମଧ୍ୟରେ ଏକ ସମାଧାନ ଆଣିବା ପାଇଁ ପ୍ରୟାସ କରାଯାଉଛି। ଏହି ସମୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପାୱାର ପରିବାର ମଧ୍ୟ ଏକଠି ହେବାକୁ କସରତ ଆରମ୍ଭ କରିଦେଇଥିବା କୁହାଯାଉଛି । ଉଦ୍ଧବ ଠାକରେ ଏବଂ ରାଜ ଠାକରେଏକାଠି ହେବା ନେଇ ଚର୍ଚ୍ଚା ମଧ୍ୟରେ, ଦାଦା-ପୁତୁରା ଯୋଡ଼ି ଶରଦ ପାୱାର ଏବଂ ଅଜିତ ପାୱାର ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଛି। 

ରାଜ୍ୟର ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ଦାଦା ଶରଦ ପାୱାର ନିଜେ ଚାହାଁନ୍ତି ତାଙ୍କ ପୁତୁରା ଅଜିତ ପାୱାର ଭବିଷ୍ୟତରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)କୁ ଏକାଠି କରନ୍ତୁ । ଗତ କିଛି ମାସ ମଧ୍ୟରେ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ଅନେକ ଥର ମଞ୍ଚ ଉପରେ ଏକାଠି ଦେଖାଯାଇଛି । ଯଦିଓ ଦାଦା-ପୁତୁରାଙ୍କ ରାସ୍ତା ରାଜନୈତିକ କ୍ଷେତ୍ରରେ ଅଲଗା ହୋଇଛି, କିନ୍ତୁ ସେମାନେ ଏକାଠି ମଞ୍ଚରେ ବସୁଛନ୍ତି । ଦୁଇ ଦିନ ପୂର୍ବରୁ ଶରଦ ପାୱାରଙ୍କ ଝିଅ ଏବଂ ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ପରିବାର ଏକାଠି ହୋଇଗଲେ ସେ ଖୁସି ହେବେ ।

ରାଜ ଠାକରେ ଓ ଉଦ୍ଧବ ଠାକରେ

ସେ ଚାହାଁନ୍ତି ଯେ, ପାୱାର ପରିବାର ସବୁବେଳେ ଏକାଠି ରହୁ। ନିକଟରେ ପାୱାର ପରିବାର ଏକ ବିବାହ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ଉଭୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସାନ ପୁଅ ଜୟ ପାୱାରଙ୍କ ନିର୍ବନ୍ଧ ଉତ୍ସବରେ ପହଞ୍ଚିଥିଲେ । ପୁଣେରେ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବରେ ଉଭୟ ପରିବାରର ଲୋକମାନେ ଯୋଗ ଦେଇଥିଲେ।

ଅଜିତ ପାୱାର ଦୀର୍ଘ ସମୟ ଧରି ଶରଦ ପାୱାରଙ୍କ ସହ ରାଜନୀତିରେ ଜଡିତ ଥିଲେ। କିନ୍ତୁ ପ୍ରାୟ ୨ ବର୍ଷ ପୂର୍ବେ ଜୁଲାଇ ୨୦୨୩ରେ, ସେ ତାଙ୍କ ଦାଦାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ଏନସିପିର ଏକ ଗୋଷ୍ଠୀ ସହିତ ରାଜ୍ୟରେ ଗଠିତ ମହାୟୁତି ମେଣ୍ଟରେ ଯୋଗ ଦେଇଥିଲେ। ପରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ମୁଖ୍ୟ ଦଳ ଘୋଷଣା କରାଯାଇଥିଲା। ଏହି ଦଳ ବର୍ତ୍ତମାନ ରାଜ୍ୟରେ ମହାୟୁତି ମେଣ୍ଟର ଏକ ଅଂଶ।

ଏହା ପୂର୍ବରୁ ମଧ୍ୟ ଦାଦା ଏବଂ ପୁତୁରା ଅନେକ ଥର ପରସ୍ପରକୁ ଭେଟିଥିଲେ। ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଠାକରେ ପରିବାର ପୁଣି ଥରେ ଏକାଠି ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପାୱାର ପରିବାରର ପୁନଃମିଳନ ଖବର ମଧ୍ୟ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏବେ ଦେଖିବାକୁ ବାକି ରହିଲା ଯେ, ମହାରାଷ୍ଟ୍ର ରାଜନୀତିରେ ଦୁଇଟି ପ୍ରଭାବଶାଳୀ ପରିବାର କେବେ ଏକାଠି ହେଉଛନ୍ତି ।  ଯଦି ଉଭୟ ପରିବାର ମଧ୍ୟରେ ଥିବା ଫାଟ ଯୋଡ଼ି ହୋଇଯାଏ ତେବେ ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.