ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

Unemployment: ଚପରାସୀ ନିଯୁକ୍ତି ପାଇଁ ୨୪.୭୬ ଲକ୍ଷରୁ ଅଧିକ ଆବେଦନ; ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ଲାକ୍ଷାଧିକ ଉଚ୍ଚଶିକ୍ଷିତ

Published By : Bijay Swain | April 21, 2025 7:03 PM

Image courtesy: indiatoday

ନୂଆଦିଲ୍ଲୀ: ରାଜସ୍ଥାନରେ ଏକ ଆଶ୍ଚର୍ଯ୍ୟଜନ ଘଟଣା ସାମ୍ନାକୁ ଆସଛି। ଯେଉଁଠି ମାତ୍ର ୫୩,୭୪୯ଟି ଚପରାସୀ ପଦବୀ ପାଇଁ ୨୪.୭୬ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି। ଯାହା ରାଜ୍ୟରେ ବେକାରୀ ସଙ୍କଟର ଗମ୍ଭୀରତାକୁ ଦର୍ଶାଇଛି। ଏହି ଆବେଦନକାରୀଙ୍କ ମଧ୍ୟରେ ପିଏଚଡି, ଏମବିଏ, ଆଇନ ଡିଗ୍ରୀଧାରୀ ଏବଂ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନେ ମଧ୍ୟ ରହିଛନ୍ତି। ପ୍ରତି ପଦବୀ ପାଇଁ ପ୍ରାୟ ୪୬ ଜଣ ଆବେଦନକାରୀ ରହିଛନ୍ତି। ଯାହା ସରକାରୀ ନିଯୁକ୍ତି ପାଇଁ ତୀବ୍ର ପ୍ରତିଯୋଗିତା ଏବଂ ସୀମିତ ସୁଯୋଗକୁ ପ୍ରତିଫଳିତ କରୁଛି।

ଏହି ପଦବୀଗୁଡ଼ିକ ପାଇଁ ନ୍ୟୂନତମ ଯୋଗ୍ୟତା ହେଉଛି ପଞ୍ଚମ ଶ୍ରେଣୀ ପାସ୍ ଏବଂ ସାଇକେଲ ଚଳାଇବା ଜ୍ଞାନ ରହିଥିବା ଆବଶ୍ୟକ। ତଥାପି, ଉଚ୍ଚ ଶିକ୍ଷିତ ଯୁବକମାନେ, ଯେଉଁମାନେ ପ୍ରଶାସନିକ ପଦବୀ ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନେ ମଧ୍ୟ ଏହି ନିମ୍ନସ୍ତରୀୟ ସରକାରୀ ଚାକିରି ପାଇଁ ଆବେଦନ କରିଛନ୍ତି। ଏହା ରାଜସ୍ଥାନରେ ବେକାରୀ ହାର ଏବଂ ଯୋଗ୍ୟ ଚାକିରି ଅଭାବର ଏକ ଚିନ୍ତାଜନକ ଚିତ୍ର ଉପସ୍ଥାପନ କରିଛି। ୨୦୨୩ ମସିହା ଫେବୃଆରୀ ମାସ ସୁଦ୍ଧା ରାଜସ୍ଥାନରେ ୧୮.୪ ଲକ୍ଷ ବେକାର ପ୍ରାର୍ଥୀ ନିଯୁକ୍ତି ଅଫିସରେ ପଞ୍ଜୀକୃତ ଥିବା ବେଳେ, ସେମାନଙ୍କ ମଧ୍ୟରୁ ମାତ୍ର ୧.୯ ଲକ୍ଷ ବେକାରୀ ଭତ୍ତା ପାଉଛନ୍ତି।

ଏନେଇ ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରି କହିଛନ୍ତି ଯେ, ସରକାରୀ ଚାକିରିରେ ସ୍ଥିରତା ଏବଂ ସୁବିଧା ଯୋଗୁଁ ଉଚ୍ଚ ଶିକ୍ଷିତ ଯୁବକମାନେ ଏପରି ନିମ୍ନସ୍ତରୀୟ ପଦବୀ ପାଇଁ ଆକର୍ଷିତ ହେଉଛନ୍ତି। ଏହା ବ୍ୟତୀତ, ଘରୋଇ କ୍ଷେତ୍ରରେ ସୁଯୋଗର ଅଭାବ ଏବଂ ଅନିୟମିତ ଦରମା ମଧ୍ୟ ଏହାର ଏକ ପ୍ରମୁଖ କାରଣ ଭାବେ ଠିଆ ହୋଇଛି। 

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ପୋଷ୍ଟ ଅନଲାଇନରେ ଲାଇଭ ହେବା ପରେ ଏତେ ସଂଖ୍ୟକ ଆବେଦନକାରୀମାନେ ଆବେଦନ କରିଥିଲେ ଯେ ଏହାର ସାଇଟ ଡାଉନ ହୋଇଯାଇଥିଲା। ସାଇଟଟି ପ୍ରବଳ ଡାଉନ ହେବା ସହ ମଝିରେ ମଝିରେ କ୍ରାସ ମଧ୍ୟ ହୋଇଯାଇଥିଲା। ଆବେଦନ କରିବାର ଶେଷ ପାଞ୍ଚଘଣ୍ଟା ମଧ୍ୟରେ ପ୍ରାୟ ୧.୧୧ ଲକ୍ଷ ଫର୍ମ ଆବେଦନ କରାଯାଇଥିଲା। ହିସାବ କରିଲେ ଜଣାଯାଏ ଯେ ମାତ୍ର ୬ ସେକେଣ୍ଡରେ ଗୋଟିଏ ଲେଖାଏଁ ଫର୍ମ ଆବେଦନ କରାଯାଉଥିଲା। ତେବେ ସାଇଟ ବାରମ୍ୱାର ଡାଉନ ଓ କ୍ରାସ ହେବା ଯୋଗୁଁ ଆବେଦନ କରିପାରି ନଥିବା ଲୋକମାନେ ଆଉଥରେ ସାଇଟ ଓପନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। 

ବିରୋଧୀ ଦଳଗୁଡ଼ିକ ଏହି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ଯୁବକମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ, ସରକାର ଦାବି କରୁଛନ୍ତି ଯେ, ସେମାନେ ନିଯୁକ୍ତି ଶିବିର ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଯଥେଷ୍ଟ ପ୍ରୟାସ କରୁଛନ୍ତି।

ଏହି ଘଟଣା କେବଳ ରାଜସ୍ଥାନରେ ନୁହେଁ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଏବଂ ପଶ୍ଚିମବଙ୍ଗ ପରି ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଦେଖାଯାଇଛି। ଯେଉଁଠାରେ ଲକ୍ଷ ଲକ୍ଷ ଉଚ୍ଚ ଶିକ୍ଷିତ ଯୁବକ ନିମ୍ନସ୍ତରୀୟ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.