ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପରକୀୟା ପ୍ରୀତି ଆଗରେ ମମତା ତୁଚ୍ଛ ! ଏସିଡ୍‌ ପିଆଇ ୬ ବର୍ଷର ପୁଅକୁ ମାରିଦେଲା ମା’

Published By : Tapas Panda | April 21, 2025 9:25 PM

ପାଟନା: ହଜିଗଲାଣି କି ମାନବିକତା ? କେତେବେଳେ ସ୍ବାମୀ ନିର୍ଯାତନାର ଶିକାର ହୋଇ ସ୍ତ୍ରୀ ଜୀବନ ହାରୁଛି ତ ଆଉ କେତେବେଳେ ପ୍ରେମିକ ସହ ମିଶି ନିଜ ସ୍ବାମୀକୁ ହତ୍ୟା କରିବାକୁ ପଛାଉନି ସ୍ତ୍ରୀ । ଅନେକ ସଂପର୍କରେ ପରକୀୟା ପ୍ରୀତି ଯୋଗୁଁ ପଡ଼ୁଛି ପୂର୍ଣ୍ଣଛେଦ । ଏବେ ଏଭଳି ଏକ ବିଚଳିତ କଲାଭଳି ଖବର ସାମ୍ନାକୁ ଆସିଛି । ଯେଉଁଠି ଜଣେ ମା’ ନିଜ ପରକୀୟା ପ୍ରୀତିରେ ବାଧା ଦେଉଥିବାରୁ ନିଜ ପୁଅକୁ ଏସିଡ୍‌ ପିଆଇ ମାରିଦେଇଛି । ପ୍ରେମିକ ପାଇଁ ମମତା ଭୁଲି ଯାଇଛି ମା’ । ବିହାରର ବେଗୁସରାଇରୁ ଆସିଛି ଏଭଳି ହୃଦୟ ବିଦାରକ ଖବର ।

ବେଗୁସରାଇର ରିଫାଇନାରୀ ପୋଲିସ୍ ଷ୍ଟେସନ ଅଧୀନରେ ଥିବା ମୋସାଦପୁର ଗାଁରେ ଏହି ଘଟଣା ଘଟିଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମା’କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଛି । ପୋଲିସର ସୂଚନା ଅନୁସାରେ, ମୋସାଦପୁର ଗାଁର ବାସିନ୍ଦା ଲଲନ କନୱାରଙ୍କର ପ୍ରାୟ ୬ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । ଏହା ପରେ ଲଲନ କନୱାରଙ୍କ ପତ୍ନୀ ନିଜର ଏକମାତ୍ର ପୁଅ ସହ ଘରେ ରହୁଥିଲେ । ପରେ ଲଲନଙ୍କ ପତ୍ନୀ ଉକ୍ତ ଜିଲ୍ଲାର ବାଲିଆ ପୋଲିସ ଷ୍ଟେସନ ଅଧୀନରେ ଥିବା ହୁସେନା ଗ୍ରାମରେ ପୁଅ ସହିତ ରହିବା ଆରମ୍ଭ କରିଥିଲେ। 

 ସେଠାରେ ରହୁଥିବା ବେଳେ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ ବୋଲି କୁହାଯାଉଛି । ଦୁହେଁ ପ୍ରତିଦିନ ସାକ୍ଷାତ କରୁଥିଲେ ଏବଂ ଦିନକୁ ଦିନ ସେମାନଙ୍କ ସଂପର୍କରେ ନିବିଡ଼ତା ବୃଦ୍ଧି ପାଇଥିଲା । କିନ୍ତୁ ଦୁହିଁଙ୍କ ପ୍ରେମରେ ବାଧା ସାଜୁଥିଲା ମହିଳାଙ୍କ ୬ ବର୍ଷର ପୁଅ । ଏଥିରେ ଉତକ୍ଷିପ୍ତ ମହିଳା ଜଣକ ନିଜ ପୁଅକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ପ୍ରଥମେ ତାର ଗଳା କାଟି ହତ୍ୟା କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କ ଏହି ଯୋଜନା ତାଙ୍କର ପ୍ରେମିକକୁ ପସନ୍ଦ ଆସିନଥିଲା ଏବଂ  ସେ ନୂଆ ଉପାୟ ବତାଇଥିଲେ । ଶେଷରେ ପ୍ରେମିକଙ୍କ ଉପାୟ ମୁତାବକ ମହିଳା ନିଜର ୬ ବର୍ଷର ପୁଅକୁ ଏସିଡ୍‌ ପିଆଇ ଦେଇଥିଲେ ।

ଏସିଡ୍ ପିଇବା ଫଳରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଏହା ଶୁଣି ତାର ଜେଜେ ମା’ ପହଞ୍ଚିଥିଲେ ଏବଂ ତାକୁ ହସ୍ପିଟାଲ ନେଇଯାଇଥିଲେ । ଡାକ୍ତର ଚେଷ୍ଟା କରି ମଧ୍ୟ ତାକୁ ବଞ୍ଚାଇ ପାରିନାହାନ୍ତି । ପରକୀୟା ପ୍ରୀତିରେ ପାଗଳ ମା’କୁ ଏହି ଜଘନ୍ୟ ହତ୍ୟା ପାଇଁ ପୋଲିସ ଗିରଫ କରିଛି ଏବଂ ପ୍ରେମିକ ଫେରାର ଅଛି । ବିହାରର ଏହି ଚାଞ୍ଚଲ୍ୟକର ଘଟଣା ଏବେ ସୋସିଆଲ ମିଡିଆରେ ମଧ୍ୟ ପ୍ରମୁଖ ପ୍ରସଙ୍ଗ ପାଲଟିଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.