ନୂଆଦିଲ୍ଲୀ ୨୧/୦୪: ଫିଲ୍ମ ଇଣ୍ଡଷ୍ଟ୍ରିରେ, ପ୍ରତି ସପ୍ତାହରେ କିଛି ନା କିଛି ଫିଲ୍ମ ସିନେମାଘରେ ରିଲିଜ୍ କରେ। ସେହି ଫିଲ୍ମଗୁଡିକ ଅନେକ ଭାଷାରେ ରିଲିଜ୍ ହୋଇଥିଲେ ମଧ୍ୟ କେବଳ କିଛି ଭାଷା ବକ୍ସ ଅଫିସରେ କମାଲ ଦେଖାଇପାରେ। ଏପରି ଏକ ଫିଲ୍ମ ଅଛି ଯାହା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିଲା। କିନ୍ତୁ ବକ୍ସ ଅଫିସରେ ମାତ୍ର ୨ ହଜାର ଟଙ୍କା ରୋଜଗାର କରିଥିଲା।
ଆମେ କହୁଛୁ ହଲିଉଡ୍ ଫିଲ୍ମ ‘ଜିଜିକ୍ସ ରୋଡ୍’। ଏହି ଫିଲ୍ମରେ କ୍ୟାଥରିନ ହେଗଲ୍, ଲିଓ ଗ୍ରିଲୋ ଏବଂ ଟମ୍ ସାଇଜମୋରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ଜନ୍ ପେନି । ହେଲେ ଫିଲ୍ମ ରିଲିଜ୍ ପରେ ନିର୍ମାତା ଦେବାଳିଆ ହୋଇଗଲେ।
ରିପୋର୍ଟ ଅନୁସାରେ, ‘ଜିଜିକ୍ସ ରୋଡ୍’ ୧୦ କୋଟି ଟଙ୍କା ବଜେଟ୍ ରେ ନିର୍ମାଣ କରାଯାଇଥିଲା। ଏହି ଫିଲ୍ମଟି ୨୦୦୬ ମସିହାରେ ସିନେମାଘରକୁ ଆସିଥିଲା। କିନ୍ତୁ ଦୁଃଖର କଥା ରିଲିଜ୍ ପରେ, ଏହା ବକ୍ସ ଅଫିସରେ ମାତ୍ର ୨୦୦୦ ଟଙ୍କା ରୋଜଗାର କରିଥିଲା। ଯେତେବେଳେ ଲୋକମାନେ ଏହି ଫିଲ୍ମର ରୋଜଗାର ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଫିଲ୍ମଟି ସିନେମାହଲରୁ ବାହରି ସାରିଥିଲା। ପରେ ଏହାର ଅନେକ ସିଡି ଏବଂ ଡିଭିଡି ତିଆରି ହୋଇଥିଲା। ଯେଉଁଥିରୁ ଫିଲ୍ମଟି ୩ କୋଟି ଟଙ୍କା ରୋଜଗାର କରିପାରିଥିଲା।