ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଓଟିଟି ଦୁନିଆରେ ଭୂମିଙ୍କ ଏଣ୍ଟ୍ରି, ୱେବ୍‌ ସିରିଜ୍‌ ‘ଦ ରୟାଲ୍ସ’ରେ ଆସିବେ ନଜର

Published By : Prameya | April 20, 2025 8:26 AM

ମୁମ୍ବାଇ ୨୦/୦୪: ବଡ଼ ପରଦା ପରେ ଓଟିଟି ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତ୍ରୀ ଭୂମି ପେଡ୍‌ନେକର । ଖୁବ୍‌ଶୀଘ୍ର ୱେବ୍‌ ସିରିଜ୍‌ ‘ଦ ରୟାଲ୍ସ’ରେ ସେ ନଜର ଆସିବେ । ତେବେ ପ୍ରଥମ ଥର ଭୂମିଙ୍କୁ ଓଟିଟି ଅଫର୍‌ ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଅନେକ ଓଟିଟି ପ୍ରୋଜେକ୍ଟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । 

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଭୂମି କହିଛନ୍ତି, ଓଟିଟି ଡେବ୍ୟୁ ପାଇଁ ମୋତେ ଅନେକ ୱେବ୍‌ ସିରିଜ୍‌ ଅଫର୍‌ ମିଳିଥିଲା । ସବୁର ପଟ୍ଟକଥା ମଧ୍ୟ ମୁଁ ପଢ଼ିଥିଲି । କିନ୍ତୁ ସବୁ ପ୍ରତ୍ୟାଖ୍ୟାନ କରିଦେଇଥିଲି । ତେବେ, ପରେ ସେ ସବୁ ପ୍ରୋଜେକ୍ଟ ସଫଳ ହେଲା । ସବୁଠୁ ବଡ଼ କଥା ହେଉଛି, ସେହି ପ୍ରୋଜେକ୍ଟ ସବୁରେ ସେଭଳି ନିବିଡ଼ତା ମୁଁ ଅନୁଭବ କରିନଥିଲି, ଯାହା ‘ଦ ରୟାଲ୍ସ’ର କାହାଣୀ ପଢ଼ିବା ପରେ ହେଲା । ସେଥିପାଇଁ ମୁଁ ରାଜି ହୋଇଗଲି । ‘ଦ ରୟାଲ୍ସ’ ଏକ ରୋମାଣ୍ଟିକ୍‌-କମେଡ଼ି ୱେବ୍‌ ସିରିଜ୍‌ । ଏ ଧରଣର ଫିଲ୍ମ ଭୂମିଙ୍କର ସବୁଠୁ ପ୍ରିୟ । ଏଥିରେ ତାଙ୍କ ସହ ପ୍ରମୁଖ ଭୂମିକାରେ ନଜର ଆସିବେ ଈଶାନ ଖଟ୍ଟର । ଏମାନଙ୍କ ସହିତ ଜୀନତ ଅମାନ, ସାକ୍ଷୀ ତନୱର, ନୋରା ଫତେହି, ଡିନୋ ମୋରିଆ, ମିଲିନ୍ଦ ସୋମନ, ଚଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ମେ’ ୯ ତାରିଖରେ ନେଟ୍‌ଫ୍ଲିକ୍ସରେ ଶୋ’ର ପ୍ରିମିୟର ହେବ

 

 

 

 

 

 

 

 

 

 

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.