ନୂଆଦିଲ୍ଲୀ,୨୦/୦୪: ସୁପ୍ରିମକୋର୍ଟଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଅଡୁଆରେ ସାଂସଦ । ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଭାରତୀୟ ଜନତା ପାର୍ଟି ସାଂସଦ ନିଶିକାନ୍ତ ଦୁବେ ସର୍ବୋଚ୍ଚ ଅଦାଲତ ଓ ସିଜେଆଇଙ୍କ ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ବିରୋଧୀ ଟାର୍ଗେଟ କରିଛନ୍ତି । ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓୱେସୀ ନିଶିକାନ୍ତଙ୍କୁ କଟାକ୍ଷ କରି ଟ୍ୟୁବଲାଇଟ୍ ବୋଲି କହିଛନ୍ତି । ଯିଏ କୋର୍ଟଙ୍କୁ ଧମକ ଦେଉଛନ୍ତି ପିଏମ୍ ମୋଦିଙ୍କୁ ଏପରି ସାଂସଦଙ୍କୁ ରୋକିବାକୁ ହେବ ବୋଲି କହିଛନ୍ତି ଓୱେସୀ ।
ନିଶିକାନ୍ତଙ୍କୁ ଟାର୍ଗେଟ କରି ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦିନ ଓୱେସୀ କହିଛନ୍ତି, '' ତୁମେ ସବୁ ଟ୍ୟୁବଲାଇଟ୍ । ଅନ୍ୟକୁ ଆଙ୍ଗୁଳି ଦେଖାଉଛ । ତୁମେ ସର୍ବୋଚ୍ଚ ଅଦାଲତଙ୍କୁ ଧମକାଉଛ । ସଂମ୍ବିଧାନ ଅନୁଚ୍ଛେଦ ୧୪୨ (ସୁପ୍ରିମକୋର୍ଟକୁ ବିଶେଷ ଅଧିକାର ଦେଉଛି ) ବିଆର ଆମ୍ବେଦକରଙ୍କ ଦ୍ବାରା ଲାଗୁ ହୋଇଥିଲା । ଆମ୍ବେଦକର ତୁମଠୁ ଅଧିକ ଦୂରଦର୍ଶୀ ଥିଲେ ।''
ସମାଲୋଚନା କଲା କଂଗ୍ରେସ- ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ସମାଲୋଚନା କରିଥିଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟୀରାମ ରମେଶ ସୁପ୍ରିମକୋର୍ଟକୁ କେନ୍ଦ୍ର ଦୁର୍ବଳ କରୁଥିବା ଅଭିଯୋଗ ଆଣିଛନ୍ତି । କ୍ଷମତାସୀନ ଭାଜପା ଦୁବେଙ୍କ ଟିପ୍ପଣୀରୁ ନିଜକୁ ଅଲଗା କରି ବ୍ୟକ୍ତିଗତ ବୟାନ ବୋଲି କହି ତାକୁ ଖାରିଚ କରି ଖସି ଯାଉଛି ବୋଲି କହିଛନ୍ତି ।
ଅଧିକ ପଢନ୍ତୁ...ପଶ୍ଚିମବଙ୍ଗର ଅନେକ ଅଞ୍ଚଳ ଜଳୁଛି, ସୁପ୍ରିମକୋର୍ଟଙ୍କ ଆଖି ବନ୍ଦ: ବିଜେପି ସାଂସଦ ମନନ କୁମାର ମିଶ୍ରା
କହି ରଖୁଛି କି, ବିଜେପି ସାଂସଦ ନିଶିକାନ୍ତ ଦୁବେ ସର୍ବୋଚ୍ଚ ଅଦାଲତଙ୍କୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଥିଲେ । ସୁପ୍ରିମକୋର୍ଟ ଯଦି ସଂସଦ ଭଳି କାମ କରିବେ ତେବେ ସଂସଦକୁ ବନ୍ଦ କରିଦେବା ଆବଶ୍ୟକ । ଦେଶରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ପାଇଁ ସ୍ରୁପ୍ରିମକୋର୍ଟ ଦାୟୀ । ସୁପ୍ରିମକୋର୍ଟ ସୀମା ବାହାରକୁ ଚାଲି ଯାଇଛନ୍ତି । ଯଦି ଜଣେ ସବୁ କିଛି ପାଇବା ଲାଗି ସୁପ୍ରିମକୋର୍ଟକୁ ଯାଉଛନ୍ତି ତେବେ ସଂସଦ ଓ ବିଧାନସଭାର ଆବଶ୍ୟକତା କଣ ବୋଲି କହିଥିଲେ ସାଂସଦ ନିଶିକାନ୍ତ ଦୁବେ । ସେପଟେ ନିଶିକାନ୍ତଙ୍କର ଏହି ବାୟନକୁ ନେଇ ଜେପି ନଡ୍ଡା କହିଛନ୍ତି ବିଜେପିର ଏହା ସହିତ କୌଣସି ସମ୍ପର୍କ ନାହିଁ । ବିଜେପି ସବୁବେଳେ ନ୍ୟାୟପାଳିକାର ସମ୍ମାନ କରେ । ଏପରି ବୟାନକୁ ଦଳ ସମର୍ଥନ କରେ ନାହିଁ ।