ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଜାଗୁଆର ଓ ମିଗ୍‌ -୨୯ର ଗର୍ଜନରେ କମ୍ପିବ ୟୁଏଇର ମରୁଭୂମି, ଯୁଦ୍ଧାଭ୍ୟାସରେ ଶକ୍ତି ଦେଖାଇବ ବାୟୁସେନା

Published By : Prameya | April 20, 2025 10:51 PM

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଶକ୍ତିଶାଳୀ ବାୟୁସେନା ଗୁଡ଼ିକ ୟୁଏଇପ ଅଲ୍‌ ଧଫରା ଏୟାରବେସ୍‌ରେ ଏକତ୍ରିତ ହୋଇଛନ୍ତି। ଏହିଥର ଭାରତର ବାୟୁସେନା ମଧ୍ୟ ପୂରା ପାୱାରରେ। ଡେଜର୍ଟ ଫ୍ଲେଗ୍‌-୧୦ ନାମକ ଏହି ବହୁପକ୍ଷୀୟ ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନା ନିଜର ଦୁଇ ଘାତକ ଲଢୁଆ ବିମାନ- ଜାଗୁଆର ଓ ମିଗ୍‌-୨୯କୁ ମୁତୟନ କରିଛି। ଦୁଇ ବିମାନ ୨୧ ଅପ୍ରେଲରୁ ୮ ମଇ ଯାଏ ଚାଲୁଥିବା ଯୁଦ୍ଧାଭ୍ୟାସରେ ନିଜର ପରାକ୍ରମର ପ୍ରଦର୍ଶନ କରିବେ।

ଏହି ହାଇ-ପ୍ରୋଫାଇଲ ଅଭ୍ୟାସରେ ଭାରତ ସହ ଆମେରିକା , ଫ୍ରାନ୍ସ , ବ୍ରିଟେନ , ଜର୍ମାନୀ , ଅଷ୍ଟ୍ରେଲିଆ , ସାଉଦୀ ଆରବ , ତୁର୍କୀ, କତାର, କୋରିଆ ଓ ପ୍ରାୟୋଜକ ୟୁଏଇ ସହ ୧୨ଟି ଦେଶର ବାୟୁସେନା ଅଂଶଗ୍ରହଣ କରୁଛନ୍ତି। ଏହି ଦେଶ ଗୁଡ଼ିକର ସେନା କେବଳ ପରସ୍ପର ସହ ଉନ୍ନତ ଏୟାର ଯୁଦ୍ଧ ଟେକନିକ୍‌କୁ ସେୟାର କରିବେନି, ଏହାସହ ଅପରେସନାଲ କୋଅର୍ଡିନେସନ ଓ ରଣନୀତିକ ବୁଝାମଣାକୁ ମଧ୍ୟ ମଜବୁତ୍‌ କରୁଛନ୍ତି।

ଭାରତୀୟ ବାୟୁସେନାର ଏହି ଉପସ୍ଥିତି କେବଳ ସେନା ଅଭ୍ୟାସ ନୁହେଁ , ବରଂ ଏକ ରଣନୀତିକ ବାର୍ତ୍ତା ଦେଉଛି। ଭାରତ ଏବେ କେବଳ ଏକ ଆଞ୍ଚଳିକ ଶକ୍ତି ନୁହେଁ , ବରଂ ଏକ ବିଶ୍ୱ ସୁରକ୍ଷା ପାର୍ଟନର ହୋଇ ସାରିଛି। ମିଗ-୨୯ର ଗତି ଓ ଜାଗୁଆରର ଆକ୍ରମଣାତ୍ମକ କ୍ଷମତା , ଦୁହେଁ ମିଶି ଏହା ଦେଖାଇବେ କି ଭାରତୀୟ ବାୟୁସେନା କାହାର ବି ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ସକ୍ଷମ। 

ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କହିଛି କି ଭାରତର ଏହି ଅଂଶଗ୍ରହଣ କେବଳ ଅପରେସନାଲ ପ୍ରସ୍ତୁତିକୁ ସୁଦୃଢ କରୁ ନାହିଁ ବରଂ ପଶ୍ଚିମ ଏସିଆରେ ଗଭୀର ପ୍ରତିରକ୍ଷା ସମ୍ୱନ୍ଧକୁ ଆହୁରି ଗଭୀର କରିବାର ଏକ ଉଦାହରଣ ମଧ୍ୟ ସୃଷ୍ଟି କରୁଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.