ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଶିବସେନାକୁ ଫେରିବା ନେଇ ସସପେନ୍ସ ! କାର୍ଯ୍ୟକର୍ତ୍ତାଙ୍କୁ ରାଜ୍‌ ଠାକରେ କହିଲେ ...

Published By : Prameya | April 21, 2025 5:24 PM

ନୂଆଦିଲ୍ଲୀ : ମୁମ୍ୱାଇରେ ବୃଦ୍ଧି ପାଉଥିବା ରାଜନୀତିକ ଅସ୍ଥିରତା ଭିତରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ)ମଧ୍ୟରେ ସମ୍ଭାବିତ ‘ଗୃହପ୍ରତ୍ୟାବର୍ତ୍ତନ’ର କଥାବାର୍ତ୍ତା ନୂଆ ମୋଡ୍‌ ନେଇଛି। ଯେଉଁଠି ଗୋଟେପଟେ ଶିବସେନା (ୟୁବିଟି) ଗତକାଲିର କଥା ଭୁଲି ନୂଆ ଆରମ୍ଭର ନିବେଦନ କରିଥିବା ବେଳେ, ଅନ୍ୟପଟେ ଏମଏନଏସ୍‌ ମୁଖ୍ୟ ରାଜ୍‌ ଠାକରେ ନିଜ ପାର୍ଟିର ନେତାଙ୍କୁ ସ୍ପଷ୍ଟ ଭାବେ କହି ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ସେ ତାଙ୍କର ବିଦେଶ ଯାତ୍ରାରୁ ଫେରି ନାହାନ୍ତି, ସେତେବେଳେ ଯାଏ ଏହି ପ୍ରସଙ୍ଗରେ  ଗୋଟିଏ ବି ଶବ୍ଦ କୁହ ନାହିଁ । ପୂରା ନିରବ ରୁହ।

ପ୍ରକୃତ କଥା ହେଲା , ଯେବେଠାରୁ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କ ମଧ୍ୟରେେ ପୁନର୍ମିଳନର ସମ୍ଭାବନା ପ୍ରକାଶ ପାଇଛି , ସେବେଠାରୁ ଏମଏନଏସର ଦ୍ୱିତୀୟ ପାହ୍ୟାର ନେତା ଖୋଲାଖୋଲି ନିଜର ସନ୍ଦେହ ଓ ଅସନ୍ତୁଷ୍ଟତା ବ୍ୟକ୍ତି କରୁଥିଲେ। ଅନେକ ନେତାମାନେ ପୁରୁଣା ବିଶ୍ୱାସଘାତକତା ପ୍ରସଙ୍ଗ ଉଠାଇ ଥିଲେ , ଯେଉଁଥିରେ ମାମଲା ସରଗରମ୍‌ ହୋଇଥିଲା। ଏହାକୁ ନେଇ ଶିବସେନା (ୟୁବିଟି)ର ନେତା ସଞ୍ଜୟ ରାଉତ ସୋମବାର ବୟାନ ଦେଇ କହିଛନ୍ତି , ତାଙ୍କର ପାର୍ଟିରେ କେହି ବି ଏକତାକୁ ବିରୋଧ କରି ନାହାନ୍ତି ଏବଂ ଏମଏନଏସକୁ ମଧ୍ୟ ନିବେଦନ କରିଛନ୍ତି ଯେ, ସେ ଅତୀତକୁ ଭୁଲି ଆଗକୁ ବଢନ୍ତୁ।

ଏହି ମଧ୍ୟରେ ସାମ୍ନା ଖବର କାଗଜର ସମ୍ପାଦକୀୟରେ ଲେଖାଯାଇଛି , ଦୁଇ ଭାଇଙ୍କର ଏକାଠି ହେବା ସମୟର ଆବଶ୍ୟକତା ରହିଛି , ନୁହେଁ ତ ମୁମ୍ୱାଇ ଭଳି ମରାଠୀ ଅସ୍ମିତାର କେନ୍ଦ୍ରକୁ ଏକ ଅଣ-ମରାଠୀ ଶକ୍ତିକୁ ପ୍ରଦାନ କରି ଦିଆଯିବ। ସାମ୍ନା ରାଜ ଠାକରେଙ୍କ ମରାଠୀ ପ୍ରସଙ୍ଗ ଉପରେ ତାଙ୍କର ପ୍ରତିବଦ୍ଧତାର ପ୍ରଶଂସା ମଧ୍ୟ କରିଛି। ହେଲେ , ରାଜ ଠାକରେ ସୋମବାର ଦ୍ୱିପ୍ରହରେ ବିଦେଶରୁ ଫୋନ୍‌ କରି ନିଜ ପାର୍ଟିର ନେତାଙ୍କୁ ଏହା ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କେହି ବି ଏହି ପ୍ରସଙ୍କେ ମିଡିଆ ବା ସାର୍ବଜନିକ ମଞ୍ଚରେ କିଛି କୁହ ନାହିଁ । ସେ ନିଜର ନିକଟତମ ସହଯୋଗୀଙ୍କୁ କହିଛନ୍ତି , ଏବେ ଏହି ବିଷୟରେ  କିଛି ବି କୁହ ନାହିଁ , ମୁଁ ଫେରିଲେ ଦେଖିବି । 

ବର୍ତ୍ତମାନ ସୁଦ୍ଧା ଉଦ୍ଧବ ଠାକରେଙ୍କ ଉପରେ ବିଶ୍ୱାସଘାତକତାର ଅଭିଯୋଗ ଲଗେଇ ଥିବା , ଏମଏନଏସ ମୁମ୍ୱାଇ ମୁଖ୍ୟ ସନ୍ଦୀପ୍‌ ଦେଶପାଣ୍ଡେ ମଧ୍ୟ ନିଜର କଥାରେ ବିରାମ ଦେଇ କହିଛନ୍ତି , ଏବେ ଏହି ବିଷୟରେ କେବଳ ଆମ ପାର୍ଟିର ମୁଖ୍ୟ ରାଜ ଠାକରେ ହିଁ କହିବେ , ଯେବେ ସେ ୩୦ ଅପ୍ରେଲରେ ଭାରତ ଫେରିବେ। ଏବେ ନଜର ୩୦ ଅପ୍ରେଲ ଉପରେ ରହିଛି, ଯେବେ ରାଜ ଠାକରେଙ୍କ ପ୍ରତ୍ୟାବର୍ତ୍ତନ ସହ ମହାରାଷ୍ଟ୍ରର ରାଜନୀତିର ଏହି ସମ୍ଭାବିତ ଗଠବନ୍ଧନ ଏକ ନୂଆ ଦିଗ ଦେଖାଇପାରେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.