ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତା ମାମଲା, ଜବାବ ଦେବାକୁ କେନ୍ଦ୍ରକୁ ଆଉ ୧୦ ଦିନ ସମୟ ଦେଲେ ହାଇକୋର୍ଟ

Published By : Tapas Panda | April 21, 2025 5:42 PM

Image Courtesy: indiatvnews

ନୂଆଦିଲ୍ଲୀ:  ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ସୋମବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହୋଇଥିଲା। ଶୁଣାଣି ସମୟରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ସ୍ପଷ୍ଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲ ଗାନ୍ଧୀ ଭାରତର ନାଗରିକ କି ନୁହେଁ ସେନେଇ କେନ୍ଦ୍ର ଏକ ରିପୋର୍ଟ ଦେବ । ଏଥିପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ୧୦  ଦିନ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୫ ରେ ହେବ।

ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଯଥେଷ୍ଟ ବୋଲି ବିବେଚନା କରିନଥିଲେ। ଆବେଦନରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀଙ୍କ ନାଗରିକତା ସନ୍ଦେହଜନକ । ଏହି ଆଧାରରେ ତାଙ୍କର ଲୋକସଭା ସଦସ୍ୟତାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କେନ୍ଦ୍ର ସରକାରଙ୍କୁ ୧୦  ଦିନ ମଧ୍ୟରେ ତଥ୍ୟ ସହିତ ଜବାବ ଦେବାକୁ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଉପରେ ଭାରତ ସମେତ ବ୍ରିଟେନର ଦ୍ୱୈତ ନାଗରିକତା ଥିବା ନେଇ ଅଭିଯୋଗ ହୋଇଛି । 

ଏହି ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ୨୦୧୯ ରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦ୍ୱୈତ ନାଗରିକତାର ଅଭିଯୋଗକୁ ଖାରଜ କରିଦେଇଥିଲେ । କୋର୍ଟ କହିଥିଲେ ଯେ, କେବଳ କମ୍ପାନିର ଡକ୍ୟୁମେଣ୍ଟରେ ବ୍ରିଟିଶ ନାଗରିକତା ଉଲ୍ଲେଖ କରିବା ଦ୍ୱାରା ରାହୁଲ ଗାନ୍ଧୀ ବ୍ରିଟିଶ ନାଗରିକ ହୋଇଯିବେ ନାହିଁ । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ୨୦୨୪ ଏବଂ ୨୦୨୫ରେ ପିଟିସନ୍ ଦାୟର କରାଯାଇଥିଲା ।

ଆବେଦନକାରୀ ଏସ. ଭିଗ୍ନେଶ ଶିଶିର ଦାବି କରିଛନ୍ତି ଯେ, ତାଙ୍କ ପାଖରେ ବ୍ରିଟିଶ ସରକାରଙ୍କର ଡକ୍ୟୁମେଣ୍ଟ ଏବଂ ଇମେଲ୍ ଅଛି ଯାହା ରାହୁଲ ଗାନ୍ଧୀଙ୍କ ବ୍ରିଟିଶ ନାଗରିକତାକୁ ପ୍ରମାଣିତ କରୁଛି । ଏହି ମାମଲାର ଶୁଣାଣି ସୋମବାର ହୋଇଥିଲା । କୋର୍ଟ ଗୃହ ମନ୍ତ୍ରଣାଳୟଠାରୁ ଏ ସମ୍ପର୍କରେ ଏକ ସ୍ପଷ୍ଟ ରିପୋର୍ଟ ମାଗିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୫ରେ ହେବ। ୨୦୧୯ରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଥିଲେ ଯେ, ରାହୁଲ ଗାନ୍ଧୀ ବ୍ରିଟିଶ କମ୍ପାନୀ ବ୍ୟାକଅପ୍ସ ଲିମିଟେଡର ଡକ୍ୟୁମେଣ୍ଟରେ ବ୍ରିଟିଶ ନାଗରିକ ବୋଲି ଘୋଷଣା କରିଛନ୍ତି । ଏହା ପରେ ଏହି ମାମଲା ଚର୍ଚ୍ଚାକୁ ଆସିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.