ନୂଆଦିଲ୍ଲୀ,୨୧/୦୪: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୋପ୍ । ଦୀର୍ଘ ଦିନ ହେବ ଫୁସ୍ଫୁସ୍ ଜନିତ ସମସ୍ୟା ସହ ନିମୋନିଆରେ ପୀଡ଼ିତ ଥିଲେ । ୫ ସପ୍ତାହ ହେବ ଚିକିତ୍ସାଧୀନ ଥିଲେ ପୋପ୍ ଫ୍ରାନସିସ୍ । ଇଷ୍ଟର ପର୍ବ ଚାଲିଥିବା ବେଳେ ପୋପ୍ଙ୍କ ବିୟୋଗ ହୋଇଛି । ଏ ନେଇ ଭାଟିକାନ୍ ସିଟି ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଭାଟିକାନ ସିଟି ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି କି, ଆଜି ସକାଳ ୭ଟା ୩୫ ମିନିଟରେ ପୋପ୍ ଫ୍ରାନସିସ୍ଙ୍କର ଦେହାନ୍ତ ହୋଇଛି । ଇଷ୍ଟର ସନଣ୍ଡେରେ ପୋପ୍ ଫ୍ରାନସିସ୍ ଲୋକଙ୍କୁ ସମ୍ବୋଧନ କରିବା ପରେ ତାଙ୍କର ଦେହାନ୍ତ ହୋଇଛି । ଇଷ୍ଟର ଶୁଭେଚ୍ଛା ଜଣାଇ ସେ କହିଥିଲେ, ଭାଇ ଓ ଭଉଣୀମାନେ ତୁମକୁ ଇଷ୍ଟରର ଅନେକ ଅନେକ ଶୁଭକାମନା । ଏହା ପରେ ପରେ ହିଁ ତାଙ୍କର ପରଲୋକ ହୋଇଥିଲା । ୧୯୩୬ରେ ଆର୍ଜେଣ୍ଟିନାରେ ଧର୍ମଗୁରୁ ପୋପ୍ ଫ୍ରାନ୍ସସିସ୍ ଜନ୍ମଗ୍ରହଣ କରିଥିଲେ । ୨୦୧୩ରେ ପୋପ୍ ଫ୍ରାନସିସ୍ ପଦ ସମ୍ଭାଳିଥିଲେ । ପୋପ୍ ବେନଡକ୍ଟଙ୍କ ଇସ୍ତଫା ପରେ ଅଣ ୟୁରୋପିୟ ଭାବେ କାର୍ଡିନିଲ ତାଙ୍କୁ ପୋପ୍ ରୂପେ ଚନୟ କରିଥିଲେ । ୫ ସପ୍ତାହ ଧରି ଚିକିତ୍ସାଧୀନ ଥିବା ପୋପ୍ଙ୍କ ସ୍ବାସ୍ଥ୍ୟବସ୍ଥା ଅଚାନକ ବିଗିଡ଼ିଥିଲା । ଡାକ୍ତର ସତ ଚେଷ୍ଟା ସତ୍ତ୍ବେ ପୋପ୍ ଫ୍ରାନସିସ୍ଙ୍କୁ ବଞ୍ଚାଇ ପାରିନଥିଲେ । ପୋପ୍ଙ୍କୁ ହରାଇ ଶୋକରେ ବୁଡିଛନ୍ତି ୧.୪ ଅରବ କଥୋଲିକ ।
Pope Francis died on Easter Monday, April 21, 2025, at the age of 88 at his residence in the Vatican's Casa Santa Marta: Vatican News pic.twitter.com/Rmn88TQbhw
— ANI (@ANI) April 21, 2025
ଗୋଟିଏ ଦିନ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କୁ ସାକ୍ଷାତ କରିଥିଲେ । ପୋପ୍ ଫ୍ରାନସିସ୍ଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନସିସ୍ ସର୍ବଦା ଚାହୁଁଥିଲେ ଚର୍ଚ୍ଚ ଗରିବଙ୍କ ପାଇଁ ଆଶା ଓ ଖୁସି ଆଣୁ । ଏହା ଲୋକଙ୍କୁ ଏକାତରେ ବାନ୍ଧି ରଖେ । ଇଶ୍ୱର କରନ୍ତୁ ପୋପ୍ଙ୍କ ପରେ ବି ଏମିତି ଚିନ୍ତାଧାରା ଜାରି ରହୁ । ଏପରି ଦୁଃଖଦ ସମୟରେ ରୋମାନ୍ କାଥଲିକ୍ ଲୋକଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ।
Deeply pained by the passing of His Holiness Pope Francis. In this hour of grief and remembrance, my heartfelt condolences to the global Catholic community. Pope Francis will always be remembered as a beacon of compassion, humility and spiritual courage by millions across the… pic.twitter.com/QKod5yTXrB
— Narendra Modi (@narendramodi) April 21, 2025
ପୋପ୍ ଫ୍ରାନସିସ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପୋପ୍ ଫ୍ରାନସିସ୍ଙ୍କ ବିୟୋଗରେ ମୁଁ ଦୁଃଖିତ । କାଥୋଲିକ୍ ସମ୍ପ୍ରଦାୟକୁ ମୋର ସମବେଦନା ଜଣାଉଛି । କରୁଣା, ନମ୍ରତା ଓ ଆଧ୍ୟାତ୍ମିକତା ପାଇଁ ପୋପ୍ ଫ୍ରାନସିସ୍ ସର୍ବଦା ମନେ ରହିବେ । ଗତ ବର୍ଷ ଜି୭ ସମିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୋପ୍ ଫ୍ରାନସିସ୍ଙ୍କର ସାକ୍ଷାତ ହୋଇଥିଲା । ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ପିଏମ୍ ମୋଦି ।