ପ୍ରମୂଖ ଖବର
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ପୁଣି ଭୟଙ୍କର ଭବିଷ୍ୟବାଣୀ: ହ୍ରାସ ପାଇବ ତାପମାତ୍ରା; ଥଣ୍ଡା ହୋଇଯିବ ସୂର୍ଯ୍ୟ, ଆଉ ମାତ୍ର, ୧୭୬ ବର୍ଷ…

Published By : Prameya | April 20, 2025 4:37 PM

ନୂଆଦିଲ୍ଲୀ, ୨୦।୪: ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା । ଯିଏ ନିଜ ଜୀବନକାଳ ମଧ୍ୟରେ ଶହ ଶହ ଭବିଷ୍ୟବାଣୀ କରିଛନ୍ତି, ସେଥିମଧ୍ୟରୁ ଅନେକ କିଛି ସତ ହୋଇଛି । ନିକଟରେ ତାଙ୍କର ଆଉ ଏକ ଭୟଙ୍କର ଭବିଷ୍ୟବାଣୀ ଆଲୋଚନାର ବିଷୟ ପାଲଟିଛି । ବାବା କହିଛନ୍ତି, ୨୨୦୧ ମସିହାରେ ସୂର୍ଯ୍ୟ ଥଣ୍ଡା ହେବା ଆରମ୍ଭ କରିବ । ଯେଉଁ କାରଣରୁ ପୃଥିବୀର ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇବା ଆରମ୍ଭ କରିବ । ବୈଜ୍ଞାନିକ ଦୃଷ୍ଟିକୋଣରୁ ସୂର୍ଯ୍ୟର ଶୀତଳୀକରଣ ଏକ ଲମ୍ବା ପ୍ରକ୍ରିୟା । ବୈଜ୍ଞାନିକଙ୍କ ମତରେ, ସୂର୍ଯ୍ୟର ଜୀବନକାଳ ପ୍ରାୟ ୧୦ ବିଲିୟନ ବର୍ଷ । ଏଥିମଧ୍ୟରୁ ୪.୬ ବିଲିୟନ ବର୍ଷ ପୂରଣ ହୋଇସାରିଛି ଆଉ ୫.୬ ବିଲିୟନ ବର୍ଷ ବାକି ଅଛି । 

ବାବା ଭେଙ୍ଗାଙ୍କ ଅନୁସାରେ, ବର୍ତ୍ତମାନଠୁ ୧୭୬ ବର୍ଷ ପରେ ସୂର୍ଯ୍ୟ ଥଣ୍ଡା ହେବା ଆରମ୍ଭ କରିବ । ଯାହା ପୃଥିବୀ ଉପରେ ବଡ଼ ପ୍ରଭାବ ପକାଇବ । କହିରଖୁ କି, ସୂର୍ଯ୍ୟକୁ ଥଣ୍ଡା ହେବାକୁ କିମ୍ବା ଲାଲ୍ ମହାକାଶ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗିବ । ୧୭୬ ବର୍ଷ ପରେ ଅର୍ଥାତ୍ ୨୨୦୧ ସୁଦ୍ଧା ସୂର୍ଯ୍ୟ ତା’ର ଶକ୍ତି ହରାଇବାକୁ ଆରମ୍ଭ କରିବ । ସୂର୍ଯ୍ୟର ସୌରଚକ୍ରରେ ପରିବର୍ତ୍ତନ ଯୋଗୁଁ ପୃଥିବୀ କିଛି ବର୍ଷ ପାଇଁ ଅସ୍ବାଭାବିକ ଭାବରେ ଥଣ୍ଡା କିମ୍ବା ଗରମ ପାଗ ଅନୁଭବ କରିବାର ସମ୍ଭାବନା ରହିଛି । ସୌର ଜ୍ୱଳନ କିମ୍ବା ସୌର କାର‌୍ୟ୍ୟକଳାପ ହ୍ରାସ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ସମ୍ଭବ ।

ବାବା ଭେଙ୍ଗାଙ୍କ ପୂରା ନାଁ ଭେଙ୍ଗେଲିଆ ପାଣ୍ଡେଭା ଡିମିଟ୍ରୋଭା । ସେ ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ବେଳେ ଏକ ସାଧାରଣ ଗ୍ରାମୀଣ ପରିବାରରୁ ଆସିଥିଲେ । ପିଲାଦିନୁ ହିଁ ସେ ତାଙ୍କ ଦୃଷ୍ଟିଶକ୍ତି ହରାଇଥିଲେ । କିନ୍ତୁ, ତାଙ୍କର ପାଖରେ ଥିଲା ଅଲୌକିକ ଶକ୍ତି । ସେ ଭବିଷ୍ୟତ ଦେଖିବାର କ୍ଷମତା ହାସଲ କରିଥିଲେ, ଯାହା ସହାୟତାରେ ସେ ଶହ ଶହ ଭବିଷ୍ୟବାଣୀ କରିଥିଲେ । ଲୋକମାନେ ବିଶ୍ୱାସ କରନ୍ତି ଯେ, ବାବା ଭେଙ୍ଗାଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ରାଜନୈତିକ ଘଟଣା ଏବଂ ବିଶ୍ୱ ଯୁଦ୍ଧ ବିଷୟରେ ପୂର୍ବରୁ ଜଣାଥିଲା । ଏହି କାରଣରୁ ତାଙ୍କୁ ‘ବାଲକାନର ନୋଷ୍ଟ୍ରାଡାମସ’କୁହାଯାଏ । ବାବା ଭେଙ୍ଗାଙ୍କ ପ୍ରସିଦ୍ଧ ସଠିକ୍ ଭବିଷ୍ୟବାଣୀ ହେଉଛି, ୨୦୦୧ରେ ଘଟିଥିବା ୯/୧୧ ଆତଙ୍କବାଦୀ ଆକ୍ରମଣ, ୧୯୯୭ରେ ପ୍ରିନ୍ସ ଡାଏନାଙ୍କ ମୃତ୍ୟୁ, ୨୦୦୦ ମସିହାର କୁର୍ସ୍କ ବୁଡ଼ାଜାହାଜ ଦୁର୍ଘଟଣା, ୨୦୨୦ର କରୋନା ମହାମାରୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.