ନୂଆଦିଲ୍ଲୀ,୨୦/୦୪: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ରାଗରେ ଗର ଗର ହୋଇଛନ୍ତି ଆମେରିକାବାସୀ । ବଡ଼ ଧରଣର ବିକ୍ଷୋଭ କରିଛନ୍ତି । ଟ୍ରମ୍ପଙ୍କୁ ହିଟଲରଙ୍କ ସହିତ ତୁଳନା କରିଛନ୍ତି । ନ୍ୟୁୟର୍କ, ୱାଶିଂଟନ ଏବଂ ଆମେରିକାର ରାଜରାସ୍ତାରେ ହଜାର ହଜାର ପ୍ରଦର୍ଶନକାରୀ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ କଠୋର ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନ୍ୟୁଜ ଏଜେନ୍ସିଂ ଏଏଫପି ରିପୋର୍ଟରେ ଏହି ସୂଚନା ଦେଇଛି ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭ ହୋଇଛି । ଯେଉଁଥିରେ ଟ୍ରମ୍ପ ପ୍ରଶାସନର ନୀତିକୁ ବିରୋଧ କରାଯାଇଛି । 'ଆମେରିକାରେ କେହି ରାଜା ନୁହେଁ' ' ତାନାଶାହୀକୁ ବିରୋଧ କରୁଛି' ଲେଖା ଥିବା ପ୍ଲାକାର୍ଡ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରଦର୍ଶନକାରୀ । ନ୍ୟୁୟର୍କ, ୱାଶିଂଟନ, ଫ୍ଲୋରିଡାଠୁ ନେଇ ଲସ୍ ଏଞ୍ଜେଲସ୍ ପରି ସହରରେ ବିକ୍ଷୋଭ ହୋଇଛି । ପାଖାପାଖି ୪୦୦ ରାଲି କରିବାକୁ ଯୋଜନା ହୋଇଛି । ସଂଙ୍ଘୀୟ ନାଗରିକତା କମ କରିବା, ଆର୍ଥିକ ନୀତି ଏବଂ ନାଗରିକତା ସ୍ୱତନ୍ତ୍ରତାର ଉଲ୍ଲଘଂନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଟ୍ରମ୍ପଙ୍କ ଆଇନ୍ ଶାସନକୁ ଦୁର୍ବଳ କରୁଛି । ସାଧାରଣ ଲୋକଙ୍କ ଅଧିକାର ଛଡାଇ ନିଆଯାଉଛି ।
ଅଧିକ ପଢନ୍ତୁ...ଟ୍ରମ୍ପଙ୍କୁ ସୁପ୍ରିମ ଝଟକା; ନାଗରିକତା ନିଷ୍ପତ୍ତି ଉପରେ ରୋକ, ମେ ୧୫ରେ ପରବର୍ତ୍ତୀ ଶୁଣାଣି
ବିକ୍ଷୋଭକାରୀଙ୍କ ଦାବି- ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ ଅଧିକାଂଶ ଲୋକ ଇମିଗ୍ରେସନ ନୀତିକୁ ବିରୋଧ କରିଛନ୍ତି । ଏହାସହ ନୋ ଆଇସିଇ, ନୋ ଫିୟର, ପ୍ରବାସୀମାନଙ୍କୁ ଏଠାରେ ସ୍ୱାଗତ ବୋଲି ସ୍ଲୋଗାନ ଦେଇଛନ୍ତି । ସେହିପରି ୱାଶିଂଟନ ଡିସିରେ ବିକ୍ଷୋଭକାରୀ ଟ୍ରମ୍ପ ପ୍ରଶାସନ ଉପରେ ସାମ୍ବିଧାନିକ ନୀତି ବିଶେଷ କରି ନ୍ୟାୟିକ ପ୍ରକ୍ରିୟାର ଅଧିକାରକୁ ଷୁର୍ଣ୍ଣ କରଥିବା ଅଭିଯୋଗ କରିଛନ୍ତି । '୫୦୫୦୧' ନାମକ ଏକ ଗୋଷ୍ଠୀ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଏହି ପ୍ରଦର୍ଶନ କରାଯାଇଛି । ଏଥିରେ ୫୦ଟି ରାଜ୍ୟରେ ୫୦ଟି ପ୍ରତିବାଦ ଏବଂ ଗୋଟିଏ ଆନ୍ଦୋଳନକୁ ବିଝାଇଥାଏ । ଏହି ସଂଗଠନର କହିବା କଥା ସାରା ଦେଶରେ ପ୍ରାୟ ୪୦୦ଟି ପ୍ରତିବାଦର ଯୋଜନା କରାଯାଉଛି ।