ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

୧୫୦କୁ ବୃଦ୍ଧି ପାଇଲା କଙ୍ଗୋ ବୋଟ୍ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା : ୧୦୦ରୁ ଅଧିକ ନିଖୋଜ, ଶବ ଚିହ୍ନିବାରେ ବଢୁଛି ଅଡୁଆ

Published By : Prameya | April 19, 2025 3:41 PM

ନୂଆଦିଲ୍ଲୀ,୧୯।୪: ଆଫ୍ରିକୀୟ ଦେଶ କଙ୍ଗୋର ବୋଟ୍ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୧୫୦କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ଅନେକ ନିଖୋଜ ମଧ୍ୟ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଏହି ଅଘଟଣ ରାଜଧାନୀ ମମ୍ବଡାକା ନିକଟସ୍ଥ ରୁକି ଓ କଙ୍ଗୋ ନଦୀରେ ମଙ୍ଗଳବାର ଘଟିଥିଲା। ତାହା ହେଉଛି ଦୁନିର ସବୁଠାରୁ ଗଭୀର ନଦୀ। ବୋଟ୍‌ରେ ଧାର୍ଯ୍ୟ ସୀମାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ। ହେଲେ   ହଠାତ୍ ବିସ୍ଫୋରଣ ପରେ ବୋଟ୍‌ରେ ନିଆଁ ଲାଗିଯାଇଥିଲା। ଯାତ୍ରୀ ଭୟଭୀତ ହୋଇ ପଳାଇବାକୁ ଚେଷ୍ଟା କରିବା ସମୟରେ ତାହା ଓଲଟି ଯାଇଥିଲା।

ଯାଞ୍ଚ ପାଇଁ ପହଁଞ୍ଚିଥିବା ପ୍ରତିନିଧି ମଣ୍ଡଳୀର ମୁଖ୍ୟ ଜୋସେଫିକ୍ ଲୋକୁମ୍‌ଙ୍କ କହିବା ଅନୁସାରେ, ଏହି ଘଟଣା ପରେ ନିଖୋଜ ଲୋକଙ୍କର ତଲାସୀ ଜାରି ରହିଛି। ଆମେ ବୁଧବାର ୧୩୧ ଟି ମୃତଦେହ ଉଦ୍ଧାର କରିଛୁ। ସେଭଳି ଗୁରୁବାର ଓ ଶୁକ୍ରବାର ୧୨ଟି ମୃତଦେହ ମିଳିଛି। ଏହି ମୃତଦେହ ଭିତରେ ଅନେକଙ୍କର ସ୍ଥିତି ଖୁବ୍ ଖରାପ ହୋଇଯାଇଛି। ଦୁର୍ଘଟଣା ସମୟରେ ବୋଟ୍‌ରେ ୪୦୦ ରୁ ଅଧିକ ଯାତ୍ରୀ ଥିଲେ।

ଘଟଣା ସମ୍ପର୍କରେ ସୂଚନା ଦେଇ ଲୋକୁମ୍ କହିଛନ୍ତି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଜଣେ ମହିଳା ବୋଟ୍‌ରେ ରୋଷେଇ କରିବା ବେଳେ ନିଆଁ ଲାଗିଯାଇଥିଲା। କାରଣ ବୋଟ୍‌ରେ ଜ୍ବଳନଶୀଳ ଇନ୍ଧନ ରଖାଯାଇଥିଲା। ଏହା ସଂସ୍ପର୍ଶରେ ଆସିବା ମାତ୍ରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଫଳରେ ବୋଟ୍‌ରେ ଥିବା ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.