ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭାରତୀୟ ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ଗୁଳିମାଡ଼

Published By : prameya | April 19, 2025 11:21 AM

ନୂଆଦିଲ୍ଲୀ,୧୯/୦୪: କାନାଡାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ହତ୍ୟା। ବସ୍ ଷ୍ଟାଣ୍ଡରେ ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ମୃତ ଛାତ୍ରୀ ଜଣକ  ୨୧ ବର୍ଷୀୟା ହରସିମରତ ରନ୍ଧାୱା ବୋଲି ଜଣାପଡ଼ିଛି । ସେ କାନାଡାର ଓଣ୍ଟାରିଓର ମେହକ୍ କଲେଜରେ ପଢ଼ୁଥିଲେ। ହାମିଲଟନ୍ ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ହରସିମରତ ଘରୁ ବାହାରି ବସ୍ ଷ୍ଟାଣ୍ଡରେ ବସ୍ ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ  ଛାତ୍ରୀଙ୍କ ସାମ୍ନାରୁ ଏକ କାର ଚାଲିଗଲା ଏବଂ କାରରେ ବସିଥିବା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ। ଅନ୍ୟପଟେ ହରସିମରତ ରନ୍ଧାୱାଙ୍କ ହତ୍ୟା ବିଷୟରେ ସୂଚନା ଦେଇ ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ, ଅଣ୍ଟାରିଓର ହାମିଲଟନରେ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ସ୍ଥାନୀୟ ପୋଲିସ କହିଛି ଯେ, ହରସିମରତ ନିର୍ଦ୍ଦୋଷ ଥିଲେ ଏବଂ ସେ ଏକ ଗ୍ୟାଙ୍ଗ ୱାରର ଶିକାର ହୋଇଛନ୍ତି।

ପୋଲିସ କହିଛି ଯେ ସେମାନେ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ହାମିଲଟନର ଉପର ଜେମ୍ସ ଅଞ୍ଚଳରେ ଗୁଳିକାଣ୍ଡ ହୋଇଥିବା ଖବର ପାଇଥିଲେ।ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା, ସେତେବେଳେ ଭାରତୀୟ ଛାତ୍ରୀ ଜଣକ ଆହତ ଅବସ୍ଥାରେ ଏବଂ ତାଙ୍କ ଛାତିରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା।ପୋଲିସ ଛାତ୍ରୀଙ୍କୁ ତୁରନ୍ତ  ଡାକ୍ତରଖାନା ନେଇଥିଲେ କିନ୍ତୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ସିସିଟିଭି ଫୁଟେଜ ଯାଞ୍ଚରୁ ଜଣାପଡିଛି ଯେ ଏକ କଳା କାରରେ କିଛି ଦୁର୍ବୁତ୍ତ ଆସି ଏଭଳି ଘଟଣା ଘଟାଇଥିଲେ ।  ଗୁଳି ଚଳାଇବା ପରେ ଦୁର୍ବୁତ୍ତମାନେ ଖସି ପଳାଇ ଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.