ପ୍ରମୂଖ ଖବର
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ମଣିଷ ସହ ଦୌଡ଼ରେ ପ୍ରତିଯୋଗିତା କରୁଛି ରୋବର୍ଟ, ଦୌଡ଼ରେ ଭାଗ ନେଇଥିଲେ ୨୧ ରୋବୋଟ୍

Published By : Prameya | April 20, 2025 4:50 PM

ନୂଆଦିଲ୍ଲୀ, ୨୦।୪: ବେଜିଂ ଆୟୋଜିତ ହୋଇଥିଲା ବିଶ୍ୱର ପ୍ରଥମ ମାନବୀୟ ରୋବୋଟ୍ ମାରାଥନ୍ । ଦୌଡ଼ରେ ଭାଗ ନେଇଥିଲେ ୨୧ ରୋବୋଟ୍ । ମଣିଷ ସହ ଦୌଡ଼ରେ ପ୍ରତିଯୋଗିତା କରୁଛି ରୋବର୍ଟ । କିଏ ଜିତିଲା ରେସ୍ ଆସନ୍ତୁ ଜାଣିବା । ପ୍ରଯୁକ୍ତିବିଦ୍ୟା ଦୌଡ଼ରେ ବିଶ୍ୱରେ ସବୁଠୁ ଆଗରେ ଚୀନ । ବିଶ୍ୱରେ ପ୍ରଥମଥର ଚୀନ ରୋବଟ୍‌ଙ୍କ ପାଇଁ ଦୌଡ଼ ପ୍ରତିଯୋଗିତାର ଆୟୋଜନ କରିଛି । ଯେଉଁଥିରେ ମଣିଷ ସହ ରୋବର୍ଟ ମଧ୍ୟ ଦୌଡ଼ରେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ମାରାଥନରେ, ରୋବୋଟମାନେ ମଣିଷଙ୍କ ସହିତ ମିଶି ୨୧ କିମି ଲମ୍ବା ଦୌଡ଼ ଶେଷ କରିଥିଲେ । ଏହି ଐତିହାସିକ ଦୌଡ଼ ବେଜିଂର ଅର୍ଥନୈତିକ-ପ୍ରଯୁକ୍ତିବିଦ୍ୟା ଜୋନରେ ହୋଇଥିଲା । 

ବେଜିଂର ୟିଝୁଆଙ୍ଗରେ ଅନୁଷ୍ଠିତ ୨୧.୧ କିଲୋମିଟର ହାଫ୍ ମାରାଥନରେ ୨୧ ଜଣ ମାନବୀୟ ରୋବୋଟ୍ ଅଂଶଗ୍ରହଣ କରିଥିଲେ । DroidVP, Noetix Robotics ଏବଂ Beijing Innovation Center of Human Robotics  ଭଳି ଚୀନ୍ କମ୍ପାନୀ ଦ୍ୱାରା ବିକଶିତ ରୋବୋଟ୍ ଏହି କାର୍ଯ୍ୟକ୍ରମରେ  ଅଂଶଗ୍ରହଣ କରିଥିଲେ । ରୋବୋଟ୍ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲା ‘ଟିଆଙ୍ଗୋଙ୍ଗ ଅଲ୍ଟ୍ରା’ ନାମକ ରୋବୋଟ୍ । ବେଜିଂ ଇନୋଭେସନ୍ ସେଣ୍ଟର ଦ୍ୱାରା ବିକଶିତ ଏହି ରୋବୋଟ୍ ୨ ଘଣ୍ଟା ୪୦ ମିନିଟରେ ଦୌଡ଼ ସମାପ୍ତ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.