ମୁମ୍ବାଇ,୨୦/୪ : ଟଲିଉଡ଼ ଅଭିନେତା ମହେଶ ବାବୁ ରବିବାର ନିଜ ସ୍ବର୍ଗତ ମା’ ଇନ୍ଦିରା ଦେବୀଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଛନ୍ତି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ସେ ମା’ଙ୍କୁ ଶୁଭକାମନା ଦେଇଛନ୍ତି । ଅଭିନେତା ଇଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ହାପି ବର୍ଥଡେ ମା’… ଆପଣଙ୍କ ମନେ ପଡ଼ୁଛି…’ ।
ସେୟାର କରିଥିବା ଫଟୋ ତାଙ୍କ ଫିଲ୍ମର ସେଟର ଅଟେ, ଯେଉଁଥିରେ ସେ ନିଜ ମା’ଙ୍କ ପାଖରେ ବସି ହସୁଥିବା ଦେଖାଯାଉଛନ୍ତି । ଏହା ବ୍ୟତୀତ ମହେଶ ବାବୁଙ୍କ ସ୍ତ୍ରୀ ନମ୍ରତା ଶିରୋଡକର ବି ନିଜ ଶାଶୁଙ୍କୁ ତାଙ୍କ ଜନ୍ମଦିନରେ ମନେ ପକାଇ ଇଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି ।
ଇନ୍ଦିରା ଦେବୀଙ୍କ ଏକ ମୋନୋକ୍ରୋମ ଫଟୋ ସହ ସେ ଲେଖିଛନ୍ତି, ‘ଆଜି ଏବଂ ସବୁବେଳେ ଆପଣଙ୍କ ମନେ ପଡ଼ୁଛି ’। ପ୍ରକାଶ ଯେ, ଇନ୍ଦିରା ଦେବୀ ସ୍ବର୍ଗତ ଟଲିଉଡ଼ ଅଭିନେତ କୃଷ୍ଣା ଘଟ୍ଟାମନେନୀଙ୍କ ସ୍ତ୍ରୀ ଥିଲେ । ମହେଶ ବାବୁଙ୍କ ସହ ସେ ରମେଶ ବାବୁ, ପଦ୍ମାବତୀ, ମଞ୍ଜୁଳା ଏବଂ ପ୍ରିୟଦର୍ଶିନୀ ସମେତ ୫ଛୁଆଙ୍କ ମା’ଥିଲେ । ୨୮ସେପ୍ଟେମ୍ବର, ୨୦୨୨ରେ ୭୦ବର୍ଷ ବୟସରେ ତାଙ୍କ ନିଧନ ହୋଇଥିଲା । ଲମ୍ବା ସମୟ ପର୍ଯ୍ୟନ୍ତ ବୟସାଧିକ କାରଣରୁ ପୀଡ଼ିତ ରହିବା ପରେ ଇନ୍ଦିରା ଦେବୀ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।