ନୂଆଦିଲ୍ଲୀ, ୪।୨୧: ଗୋଟିଏ ଛୋଟ ଆପ୍ ପ୍ରତି ଭୟଭୀତ ଚୀନ୍ । କ୍ଲାଉଡ୍ ଆକାଉଣ୍ଟ୍ ହ୍ୟାକ୍ ହେବା ପରେ ଲିକ୍ ହୋଇଥିଲା ୧୨୭ଟି ଗୋପନୀୟ ଡକ୍ୟୁମେଣ୍ଟ୍ । ଯାହା ପରେ ଚୀନରେ ହଇଚଇ ସୃଷ୍ଟି ହୋଇଛି । ଏହି ଆପ୍ ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ଏହାର ବ୍ୟବହାର ନେଇ ଡ୍ରାଗନ ଚେତାବନୀ ଦେଇଛି । ସାଇବର ସୁରକ୍ଷା ପାଇଁ ମନ୍ତ୍ରଣାଳୟ କଲା ପରାମର୍ଶ ଜାରି କରିଛି ।
ଚୀନ୍ ଏପରି ଏକ ଦେଶ ହୋଇଛି ଯିଏ ଆମେରିକାକୁ ଭୟ କରେ ନାହିଁ । କିନ୍ତୁ, ଏବେ ଚୀନ ଗୋଟିଏ ଆପ୍ ପ୍ରତି ଭୟଭୀତ ହେବା ଆରମ୍ଭ କରିଛନ୍ତି । କହିରଖୁ କି, ଜଣେ ସରକାରୀ ଅଧିକାରୀ ଗୋପନୀୟ ବୈଠକ ଫାଇଲଗୁଡ଼ିକୁ ସ୍କାନ କରିବା ପାଇଁ ଏକ ଅନଲାଇନ୍ ଆପର ଅପବ୍ୟବହାର କରିଥିଲେ ଏବଂ ଏହି ଫାଇଲଗୁଡ଼ିକ ପରେ ଲିକ୍ ହୋଇଯାଇଥିଲା । ଏହି ସ୍କାନ ହୋଇଥିବା ଫାଇଲଗୁଡ଼ିକ ସ୍ୱୟଂଚାଳିତ ଭାବରେ କ୍ଲାଉଡ୍ ଷ୍ଟୋରେଜରେ ସେଭ୍ ହୋଇଥିଲା । ସେହି କ୍ଲାଉଡ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା ଏବଂ ୧୨୭ଟି ଗୋପନୀୟ ଡକ୍ୟୁମେଣ୍ଟ୍ ଲିକ୍ ହୋଇଥିଲା । ଏହାର ଖୁଲାସା ପରେ ଚୀନରେ ହଇଚଇ ସୃଷ୍ଟି ହୋଇଛି । ଏହି ଡକ୍ୟୁମେଣ୍ଟଗୁଡ଼ିକୁ ବିଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଥିଲା, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି । ମନ୍ତ୍ରଣାଳୟ କହିଛି ଯେ, ସ୍କାନିଂ ଆପ୍ ବ୍ୟବହାର କରିବା ସମୟରେ ଅନେକ ସାଇବର ସୁରକ୍ଷା ବିପଦରେ ରହିପାରେ । ସାଇବର ସୁରକ୍ଷା ପାଇଁ ମନ୍ତ୍ରଣାଳୟ ଅନେକ ପରାମର୍ଶ ଜାରି କରିଛି ।