ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ହଜିଲା ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ପାଇଲେ ସ୍ୱାମୀ, ହ୍ୱାଟ୍‌ସଆପ୍‌ ଷ୍ଟାଟସରୁ ମିଳିଲା ପତ୍ତା

Published By : Prameya | April 21, 2025 9:07 AM

ନୂଆଦିଲ୍ଲୀ ୨୧/୦୪: ନିଖୋଜ ହୋଇଯାଇଥିଲେ ସ୍ତ୍ରୀ । ଖୋଜି ଖୋଜି ଶେଷରେ ଥାନାରେ ଏତଲା ଦେଇଥିଲେ ସ୍ୱାମୀ । କିନ୍ତୁ ଏକ ହ୍ୱାଟ୍‌ସଆପ୍‌ ଭିଡିଓରେ ସେ ଯାହା ଦେଖିଲେ ତାହା ବିଶ୍ୱାସ କରିବା କଷ୍ଟକର ହୋଇଥିବା ସ୍ୱାମୀଙ୍କ ପକ୍ଷରେ । ଏକ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌ ଭିଡିଓରେ ଉତ୍ତରପ୍ରଦେଶର ଶାକିର ତାଙ୍କ ସ୍ତ୍ରୀ ଅଞ୍ଜୁମଙ୍କୁ ତାଜମହଲ ନିକଟରେ ବୁଲୁଥିବାର ଦେଖିବାକୁ ପାଇଥିଲେ । ତାହା ପୁଣି ଆଉ ଜଣେ ଯୁବକଙ୍କ ସାଙ୍ଗରେ । 

ଘଟଣା ମୁତାବକ, ଗତ ୧୫ ତାରିଖରେ ଶାକିର ଏକ ପାରିବାରିକ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ଆଗ କବାଟରେ ତାଲା ପଡ଼ିଥିବା ସେ ଦେଖିବାକୁ ପାଇଥିଲେ । ଘରେ ତାଙ୍କ ସ୍ତ୍ରୀ ଅଞ୍ଜୁମ ଏବଂ ୪ ପିଲା ବି ନ ଥିଲେ । ଖୋଜାଖୋଜି ପରେ ଶାକିର ଏ ନେଇ ଆଲିଗଡ଼ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରେ ଶାକିରଙ୍କ ଜଣେ ସମ୍ପର୍କୀୟ ଅଞ୍ଜୁମଙ୍କୁ ଏକ ହ୍ୱାଟ୍‌ସଆପ୍‌ ଷ୍ଟାଟସ ଭିଡିଓରେ ଦେଖିବାକୁ ପାଇଥିଲେ । ଅଞ୍ଜୁମ ଜଣେ ବ୍ୟକ୍ତିଙ୍କ ସହ ତାଜମହଲ ନିକଟରେ ବୁଲୁଥିବା ସେହି ଭିଡିଓରେ ରହିଥିଲା । ଏହା ଜାଣିବା ପରେ ଶାକିର ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ସେହି ବ୍ୟକ୍ତିଙ୍କ ସହ ଅଞ୍ଜୁମଙ୍କର ସମ୍ପର୍କ ଗଢ଼ିଉଠିଥିବା ଏବଂ ଘରେ ଶାକିରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଞ୍ଜୁମ ପିଲାଙ୍କୁ ନେଇ ଘରୁ ପଳାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଆଲିଗଡ଼ ପୁଲିସ ଅଞ୍ଜୁମ ଏବଂ ତାଙ୍କ ସାଥୀଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.