ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

UP: ଉଡ଼ାଣ ଭରିବା ବେଳେ ଦୋହଲିଲା ସିଏମ ଯୋଗୀଙ୍କ ହେଲିକପ୍ଟର

Published By : Tapas Panda | April 20, 2025 11:20 PM

Image Courtesy: tv9hindi

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ରେ ଉତ୍ତରପ୍ରଦେଶର କାନପୁର ଯିବେ । ପ୍ରଧାନମନ୍ତ୍ରୀ ମୋଦୀ କାନପୁରରେ ୨୦୬୩୧ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପର ଉଦଘାଟନ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ୮ଟି ପ୍ରକଳ୍ପର ଉଦଘାଟନ କରିବେ ଏବଂ ତିନୋଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ସମସ୍ତ ପ୍ରକଳ୍ପକୁ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମୀକ୍ଷା କରିଛନ୍ତି। ଏହି ସମୟରେ କାନପୁରରେ ପହଞ୍ଚିଥିବା ସିଏମ ଯୋଗୀଙ୍କ ହେଲିକପ୍ଟରଟି ଉଡ଼ାଣ ପୂର୍ବରୁ ଦୋହଲି ଯାଇଥିଲା । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ହୋଇଥିବା କୁହାଯାଉଛି । 

 ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କାନପୁରରେ ପହଞ୍ଚି ମେଟ୍ରୋ ଷ୍ଟେସନ ସମେତ ସମସ୍ତ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟ ମଧ୍ୟରେ ସେ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ ଏବଂ କାନପୁରର ଚନ୍ଦ୍ରଶେଖର ଆଜାଦ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାର ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ।

 ମୁଖ୍ୟମନ୍ତ୍ରୀ ବିଧାନସଭା ବାଚସ୍ପତି ରାକେଶ ସଚ୍ଚନ ଏବଂ ସାଂସଦ ଭୋଲା ସିଂଙ୍କ ସହ ମେଟ୍ରୋ ଷ୍ଟେସନର ଭୂତଳ ମାର୍ଗରେ ଯାତ୍ରା କରିଥିଲେ। ଏହା ପରେ ହେଲିକପ୍ଟରଟି କାନପୁରର ଚନ୍ଦ୍ରଶେଖର ଆଜାଦ କୃଷି ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀ ଏଥିରେ ଚଢ଼ିଥିଲେ, କିନ୍ତୁ ଉଚ୍ଚ ବାୟୁ ଚାପ ହେତୁ ହେଲିକପ୍ଟରଟି ଉଡ଼ିଯିବାର କିଛି ସେକେଣ୍ଡ ପରେ ଦିଗ ବଦଳାଇଥିଲା।

 ପାଇଲଟ୍ ହଠାତ୍ ହେଲିକପ୍ଟରକୁ ୯୦ ଡିଗ୍ରୀ ବୁଲାଇଥିଲେ । ଫଳରେ ଏହାର ସନ୍ତୁଳନ ବିଗିଡ଼ି ଯାଇଥିଲା । ଏହା ପରେ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ହେଲିକପ୍ଟରକୁ କିଛି ସମୟ ପାଇଁ ହେଲିପ୍ୟାଡରେ ଅବତରଣ କରାଇଥିଲେ । ପ୍ରାୟ ୧୦ ମିନିଟ୍ ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା ।  ଏହି ସମୟରେ ହେଲିପ୍ୟାଡରେ କାନପୁର ସହରର ଉଚ୍ଚ ପ୍ରଶାସନିକ ଅଧିକାରୀ ଆତଙ୍କିତ ଅବସ୍ଥାରେ ଥିଲେ। ହେଲିକପ୍ଟରଟି ପୁଣି ଥରେ ଅବତରଣ କରିବା ପରେ ଅଧିକାରୀମାନେ ଆଶ୍ବସ୍ତ ହୋଇଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.