ପ୍ରମୂଖ ଖବର
  • ପୋପ୍ ଫ୍ରାନ୍‌ସିସଙ୍ ପରଲୋକ, ୮୮ ବର୍ଷ ବୟସ​‌ରେ କଲେ ଶେଷ ନିଶ୍ବାସ୍ତ ତ୍ୟାଗ
  • ||
  • ଜଘନ୍ୟ ହତ୍ୟାକାଣ୍ଡ ଢେଙ୍କାନାଳ : ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କଲେ ଦୁର୍ବୃତ୍ତ
  • ||
  • BCCI ଜାରି କଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ; ଆୟରଙ୍କୁ ବଡ଼ ଉପହାର, ରୋ-କୋଙ୍କୁ A+ ଗ୍ରେଡ଼
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପାପୁଲି କାଟିଦେଲେ ଦୁର୍ବୃତ୍ତ
  • ||
  • ପରିବାର ସହ ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ପ୍ରଧାନମନ୍ତ୍ରୀଙ୍କୁ ସହ କରିବେ ଡିନର
  • ||
  • ପୁରୀ : ଛାତ୍ରଙ୍କ ଉପରେ ଚଢିଗଲା ଟ୍ରକ୍‌, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ୱର : ଟ୍ରେନ୍‌ ଆଗକୁ ଯାଇ କରିଥିଲେ ଆତ୍ମହତ୍ୟା, ଭଦ୍ରକରୁ କଟି ଆସି ଭୁବନେଶ୍ୱର ଷ୍ଟେସନରେ ପଡ଼ିଲା ମୁଣ୍ଡ
  • ||
  • IPL 2025: ଟାଇଟନ୍ସକୁ ଭେଟିବ ନାଇଟ୍‌ ରାଇଡର୍ସ, ଲଢ଼ିବେ ଗିଲ୍- ରାହାଣେ
  • ||
  • ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
  • ||
  • ପୁରୀ : ୭ ଦିନ ପରେ ମିଳିଲା ନିଖୋଜ ନାବାଳକର ମୃତଦେହ, ହତ୍ୟା ସନ୍ଦେହ
  • ||
  • ରାଜ୍ୟରେ କମିଲା କାଳବୈଶାଖୀ: ୨୫ ଯାଏ ତାତିରୁ ନିସ୍ତାର ନାହିଁ,୪୪ ଡିଗ୍ରୀ ଡେଇଁପାରେ ତାପମାତ୍ରା
  • ||

ଚାକିରି ପାଇଁ ବିଦେଶ ଯିବା ଲାଗି ଆସୁଛି ଆଇନ: ଉଲ୍ଲଂଘନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ, ୧୦ଲକ୍ଷ ଜରିମାନା

Published By : Prameya | April 21, 2025 1:12 PM

ନୂଆଦିଲ୍ଲୀ,୨୧/୦୪: ଭାରତୀୟମାନେ ବିଦେଶରେ ଚାକିରି କରିବା ଲାଗି ଯିବା ନିମନ୍ତେ କେନ୍ଦ୍ର ସରକାର ନୂଆ ଆଇନ ଆଣୁଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଆଇନ ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ଏହାର ଚିଠା ଜାରି ହେବ । ସାଧାରଣ  ଜନତା ଓ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏ ସଂକ୍ରାନ୍ତ  ବିଲ୍‌ ସଂସଦର ବର୍ଷାକାଳୀନ ଅଧିବେଶନରେ ଆଗତ  ହେବ । ଭାରତୀୟମାନେ ଚାକିରି କରିବା ଲାଗି  ବେଆଇନ ଭାବେ ଆମେରିକା ଯାଇଥିବା ଓ ସେଠାରୁ  ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରତ୍ୟର୍ପଣ ହେବା ପରେ ଏହି  ଆଇନ ଆଣିବା ଲାଗି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । 

କେନ୍ଦ୍ର ସରକାର ଆଣୁଥିବା ଏହି ନୂଆ ଆଇନ  ୧୯୮୩ ଇମିଗ୍ରେସନ ଆଇନର ସ୍ଥାନ ନେବ ।  ଏହାର ନାମ ଇମିଗ୍ରେସନ, ଓଭରସିଜ୍‌ ମୋବିଲିଟି,  ଫାସିଲିଟେସନ ଆଣ୍ଡ ୱେଲପେୟାର ବିଲ୍‌ ରହିବ ।  ଚାକିରି ବ୍ୟତୀତ ପାଠପଢ଼ା ଓ ବ୍ୟବସାୟ କରିବାକୁ  ବିଦେଶ ଯାଉଥିବା ଭାରତୀୟଙ୍କ ପାଇଁ ମଧ୍ୟ ଏହି ନୂଆ  ଆଇନ ପରିସରଭୁକ୍ତ କରାଯିବ । ବିଭିନ୍ନ ନିଯୁକ୍ତି ଏଜେଣ୍ଟଙ୍କ ବେଆଇନ ଗତିବିଧିକୁ ଏହି ନୂଆ ବିଲ୍‌ରେ  ଅପରାଧ ଭାବେ ବିବେଚନା କରାଯିବ । ପ୍ରଚଳିତ  ଆଇନରେ ନିଯୁକ୍ତି ଏଜେଣ୍ଟଙ୍କ ରେଜିଷ୍ଟ୍ରେସନ ରଦ୍ଦ  ସହ ସେମାନଙ୍କୁ କଳାତାଲିକାଭୁକ୍ତ କରାଯାଉଥିଲା । କିନ୍ତୁ ନୂଆ ଆଇନରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇ  ଭାରତୀୟଙ୍କୁ ବେଆଇନ ଭାବେ ବିଦେଶକୁ ଚାଲାଣ  କରୁଥିଲେ ଏହି ନିଯୁକ୍ତି ଏଜେଣ୍ଟଙ୍କୁ ୫ରୁ ୧୦ ବର୍ଷ  ପର୍ଯ୍ୟନ୍ତ ଜେଲ୍‌ ଓ ୧ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଜରିମାନା କରାଯିବ । 

ବିଦେଶ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୨୪  ଅକ୍ଟୋବର ସୁଦ୍ଧା ଦେଶରେ ମୋଟ ୩୦୯୪ ଅଣ  ପଞ୍ଜିକୃତ ନିଯୁକ୍ତି ଏଜେଣ୍ଟଙ୍କୁ ଚିହ୍ନଟ କରାଯାଇଛି । ନୂଆ ବିଲ୍‌ରେ ସେମାନଙ୍କ ସମ୍ପର୍କରେ ତଥ୍ୟ ରଖାଯିବ । ବିଶର ବିଭିନ୍ନ ଦେଶରେ ବର୍ତ୍ତମାନ ୩.୫ କୋଟି  ଭାରତୀୟ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧.୫୮ କୋଟି ଏନ୍‌ଆରଆଇ ହୋଇଥିଲା ବେଳେ ୧.୯୭  କୋଟି ମୂଳ ଭାରତୀୟ ଲୋକ ଅଛନ୍ତି । କୁହାଯାଉଛି କି ଆମେରିକା ପରେ ଏବେ ଅନ୍ୟ ଦେଶରେ ମଧ୍ୟ  ଇମିଗ୍ରେସନ ଆଇନ କଠୋର ହେବାକୁ ଯାଉଛି । ଆମେରିକା ଯେଉଁ ଅବୈଧ ଭାରତୀୟଙ୍କୁ ସ୍ୱଦେଶ  ପଠାଇଥିଲା ସେମାନଙ୍କ ପାଦରେ ବେଡି ଓ ହାତରେ  କଡି ପକାଇଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଥିଲା । ତେଣୁ ଭାରତ ମଧ୍ୟ ଇମିଗ୍ରେସନ ଆଇନକୁ ପାରଦର୍ଶି, ସୁରକ୍ଷିତ ଓ ସୁବ୍ୟବସ୍ଥିତ  କରିବାକୁ ଚାହୁଁଛି । ଯାହାକି ଭବିଷ୍ୟତରେ ଅବୈଧ ଭାରତୀୟଙ୍କୁ ନେଇ ସମସ୍ୟା ନ ଉପୁଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.