ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଉତ୍ତର ଭାରତରେ ରହିଛି ଉର୍ବଶୀଙ୍କ ନାଁରେ ମନ୍ଦିର, ସମ୍ମାନରେ ପୂଜା କରୁଛନ୍ତି ଫ୍ୟାନ୍‌

Published By : Prameya | April 17, 2025 12:44 PM

ମୁମ୍ବାଇ ୧୭/୦୪: ଭାରତୀୟ ସିନେମାରେ ଦିନକୁ ଦିନ ଖାସ୍‌ ପରିଚୟ ହାସଲ କରୁଛନ୍ତି  ଅଭିନେତ୍ରୀ-ମଡେଲ ଉର୍ବଶୀ ରୌତେଲା । ତାଙ୍କୁ ନେଇ ଏକ ଖବର ଚର୍ଚ୍ଚାରେ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଉର୍ବଶୀ କହିଛନ୍ତି, ତାଙ୍କ ସମ୍ମାନରେ  ଉତ୍ତର ଭାରତରେ ଏକ ମନ୍ଦିର ନିର୍ମିତ ହୋଇଛି । ଲୋକେ ମନ୍ଦିରରେ ତାଙ୍କୁ ପୂଜା କରୁଛନ୍ତି । ଦକ୍ଷିଣ ଭାରତରେ ମଧ୍ୟ ତାଙ୍କ ନାଁରେ ଏକ ମନ୍ଦିର ହେବ  ବୋଲି ସେ ଖୁବ୍‌ ଆଶାବାଦୀ । ଏହି ବୟାନକୁ ନେଇ ସୋସିଆଲ ମିଡିଆ ୟୁଜର୍‌  ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଉର୍ବଶୀ ଦକ୍ଷିଣ ଭାରତୀୟ ସିନେମାରେ ଧୀରେ ଧୀରେ ନିଜର ସ୍ଥିତି ଦୃଢ଼ କରୁଛନ୍ତି । 

ବାର୍ତ୍ତାଳାପରେ ସେ କହିଛନ୍ତି, ଚିରଞ୍ଜୀବି ଓ  ବାଲାକ୍ରୀଷ୍ଣଙ୍କ ଭଳି ଷ୍ଟାର୍‌ଙ୍କ ସହ ସେ କାମ କରୁଛନ୍ତି । ଏହି କ୍ରମରେ ଖୁବ୍‌ଶୀଘ୍ର  ଦକ୍ଷିଣ ଭାରତରେ ତାଙ୍କର ଏକ ମନ୍ଦିର ନିର୍ମିତ ହୋଇପାରେ ବୋଲି ସେ  କହିଛନ୍ତି । ତେବେ ଭାରତରେ ପ୍ରଥମ ଥର କୌଣସି ସେଲିବ୍ରିଟିଙ୍କୁ ଫ୍ୟାନ୍‌ ପୂଜା କରିବା ଖବର ସାମ୍ନାକୁ ଆସିନାହିଁ । ଅନେକ ଦକ୍ଷିଣ ଭାରତୀୟ ଷ୍ଟାର୍‌ଙ୍କ  ସମ୍ମାନରେ ମନ୍ଦିର ନିର୍ମିତ ହୋଇଛି । 

୨୦୨୫ ଉର୍ବଶୀଙ୍କ ପାଇଁ ବେଶ ଭଲ ବର୍ଷ  ପ୍ରମାଣିତ ହୋଇଛି । ଫିଲ୍ମ, ମ୍ୟୁଜିକ୍‌ ଓ ବିଶ୍ୱସ୍ତରୀୟ ପ୍ରୋଜେକ୍ଟ ମାଧ୍ୟମରେ ସେ ଲାଇମ୍‌ଲାଇଟ୍‌ରେ ଅଛନ୍ତି । ତାଙ୍କ ଅଭିନୀତ ‘ଡାକୁ ମହାରାଜ’ ୧୦୦ କୋଟି  କ୍ଲବ୍‌ରେ ଏଣ୍ଟ୍ରି କରିଥିଲା । ନିକଟରେ ସେ ‘ଜାଟ୍‌’ରେ ନଜର ଆସିଛନ୍ତି । ତାଙ୍କ  ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ‘ୱେଲ୍‌କମ-୩’, ‘ବାପ୍‌’, ‘ଇନ୍‌ସପେକ୍ଟର  ଅବିନାଶ-୨’, ପରବୀନ ବାବୀଙ୍କ ବାୟୋପିକ୍‌ ଏବଂ ଜାସନ୍‌ ଡେରୁଲୋଙ୍କ  ସହ ଏକ ମ୍ୟୁଜିକ୍‌ ଭିଡିଓ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.