ଭୁବନେଶ୍ୱର,୧୯/୦୪: କଂଗ୍ରେସ ନେତାଙ୍କ ବିରୋଧରେ ସରକାରୀ କଳକୁ ବ୍ୟବହାର କରାଯାଉଛି । ଏହାର ଦୃଢ଼ ଜବାବ ଦିଆଯିବ । ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ ଘେରିବ ଯୁବ କଂଗ୍ରେସ ବୋଲି ଯୁବ କଂଗ୍ରେସ ରଣଜିତ ପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ଏହା ଅଗଣତାନ୍ତ୍ରିକ ଏବଂ ରାଜନୈତିକ ପ୍ରତିହିଂସାକୁ ପ୍ରମାଣିତ କରୁଛି । ମୋଦି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚପାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି । ବିରୋଧି ଦଳକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାର କରାଯାଉଛି ।
ମୋଦି ସରକାରଙ୍କ ପ୍ରତିହିଂସା, ମନମାନି ଓ ସରକାରୀ କଳ ଅପବ୍ୟବହାର ବିରୋଧରେ ଏହି ଘେରାଉ କରାଯିବ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ମୁକେଶ ଦେଶମୁଖ ଯୋଗଦେବେ।