ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ : ହନୁମାନ ମନ୍ଦିର ପ୍ରାଙ୍ଗଣରେ ଫିଙ୍ଗିଲେ ଗୋରୁ ମୁଣ୍ଡ, ଘଟଣାସ୍ଥଳରେ ଉତ୍ତେଜନା

Published By : Prameya | April 19, 2025 3:20 PM

ରେମୁଣା,୧୯/୪ : ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ। ହନୁମାନ ମନ୍ଦିର ପ୍ରାଙ୍ଗଣରେ ଫିଙ୍ଗିଲେ କଟା ଗୋରୁ ମୁଣ୍ଡ। ଶୁକ୍ରବାର ବିଳମ୍ଵିତ ରାତିରେ ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ସୁନାରି ପୋଖରୀ ନିକଟ ହନୁମାନ ମନ୍ଦିରରେ ଏହି ଘଟଣା ଘଟିଛି। ସକାଳେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ରେମୁଣା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିଛି। 

ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶରେ ନୀଳିଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ସାଇଣ୍ଟିଫିକ ଟିମ୍‌କୁ ଖବର ଦେଇଥିଲେ। ଘଟଣା ସ୍ଥଳରୁ ଗୋରୁମୁଣ୍ଡକୁ ଉଦ୍ଧାର କରି ସାଇଣ୍ଟିଫିକ ଦଳ ଜିଲ୍ଲା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି କ୍ୟାମେରା ଗୁଡିକୁ ପୋଲିସ ଅଣ୍ଡାଳୁଛି। ଅନ୍ୟପଟେ କୌଣସି ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି ଗନୀପୁର, ହରିପୁର ମସଜିଦ ଅଞ୍ଚଳରେ ପୁଲିସ ଛାଉଣୀ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ହନୁମାନ ମନ୍ଦିରକୁ ଲାଗି ଉତେଜନାପୂର୍ଣ୍ଣ ଅଞ୍ଚଳରେ ରେମୁଣା ଆଇଆଇସି ବିମଳ କୁମାର ନାୟକଙ୍କ ନେତୃତ୍ୱରେ ଥାନା ଏସଆଇ ସୁବାସ ମଲ୍ଲିକ, ଏଏସଆଇ ବବି ମିଶ୍ର, ନୀଳମଣି ଦାସଙ୍କ ସମେତ ବହୁ ପୋଲିସ ନିୟୋଜିତ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.