ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya | April 20, 2025 7:25 AM

ଭୁବନେଶ୍ୱର,୨୦/୦୪: ଆସନ୍ତା ୨୪ ତାରିଖ  ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ମାଲକାନଗରି, କୋରାପୁଟ, ନବରଙ୍ଗପୁର,  ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ  ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । ଆସନ୍ତା ତିନି ଦିନ ପରେ ଉପକୂଳ ଓଡ଼ିଶା  ସମେତ ପଶ୍ଚିମ ଓଡ଼ିଶା ଓ ଅନ୍ୟ ସ୍ଥାନରେ ଦିନ ତାପମାତ୍ରା କ୍ରମଶଃ ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । 

୨୦ ତାରିଖରେ  ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି  କରାଯାଇଛି । ୨୪ ତାରିଖ ଯାଏ ଏସବୁ ଜିଲ୍ଲାକୁ ୟେଲୋ  ୱାର୍ଣ୍ଣିଂ ଦିଆଯାଇଛି । 

ସେପଟେ ପଶ୍ଚିମ ଓଡ଼ିଶାରେ ତାତି  ଉପରମୁହାଁ ହୋଇଚାଲିଛି । ଝାରସୁଗୁଡ଼ାରେ ଶନିବାର  ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ବୌଦ୍ଧ  ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ, ସମ୍ବଲପୁର ୪୦.୮,  ହୀରାକୁଦ ୪୦.୫, ଭବାନୀପାଟଣା ୪୦.୪, ତାଳଚେର  ୪୦.୨, ଟିଟିଲାଗଡ଼ ଓ ସୋନପୁର ୪୦.୩ ଏବଂ  ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.