ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ

Published By : Harapriya Sethi | April 20, 2025 7:56 AM

ଭୁବନେଶ୍ୱର, ୨୦/୦୪: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳି ମାଡ଼ । ଗୁଳି ମାଡରେ ଆହାତ ହୋଇଛନ୍ତି ଯୁବକ । ଆହାତ ଯୁବକ ହେଉଛନ୍ତି ଗୁଆପୁର ଗ୍ରାମର ଦିପ୍ତି ରଞ୍ଜନ ମହାପାତ୍ର । ଦିପ୍ତିଙ୍କ ବାମ ହାତରେ ବାଜିଛି ଗୁଳି। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲିପାଟଣା ଥାନା ପୋଲିସ ପହଞ୍ଚି ଛନଭିନ୍ କରୁଛି । 

ସୂଚନା ମୁତାୂକ, ଦିପ୍ତି ବାଲିପାଟଣା ଥାନା ନିକଟ ଭଡା ଘର ବାରଣ୍ଡାରେ ରାତ୍ରି ପ୍ରାୟ ୧୨ ଟାରେ ବସିଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ଦିପ୍ତିଙ୍କୁ ଗୁଳି ମାଡ଼ କରିଥିଲେ । ଏହା ଦେଖି ଦିପ୍ତି ଦୌଡ଼ି ଯିବାକୁ ଚେଷ୍ଟା କରିଥିଲେ । ହେଲେ ଦିପ୍ତିଙ୍କ ବାମ ହାତରେ ଗୁଳି ବାଜିଥିଲା । ଏହା ପରେ ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.