ଭୁବନେଶ୍ବର,୧୮/୪ : ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ଓଡ଼ିଶା କ୍ୟାଡ଼ରର ୩ଜଣ ଆଇଏଏସ୍ଙ୍କୁ ନୂଆ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଆଇଏଏସ୍ ନିକୁଞ୍ଜ ଧଳ। କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି। ୧୯୯୩ ବ୍ୟାଚ୍ର ଆଇଏଏସ୍ ହେଉଛନ୍ତି ନିକୁଞ୍ଜ ଧଳ ।
ସେହିଭଳି ୧୯୯୪ବ୍ୟାଚ୍ର IAS ସନ୍ତୋଷ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ବ ମିଳିଛି । ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ମିଳିଛି ନିଯୁକ୍ତି । ସେହିଭଳି ୧୯୯୪ ବ୍ୟାଚ୍ର ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ମିଳିଛି ।