ଭୁବନେଶ୍ବର,୧୮/୪ : ଭୁବନେଶ୍ବରରେ ଆଇଆରସି ଭିଲେଜ୍ ଏନ୍ ୧ରେ ଅଭାବନୀୟ ଘଟଣା । ପାଚେରୀ ଉପରେ ଚାଲୁଥିବାବେଳେ ଖସି ପଡ଼ିଲେ ନାବାଳକ । ଛାତିରେ ପଶିଲା ଲୁହା ଗ୍ରୀଲ୍ । କଟର୍ ମେସିନ ଦ୍ବାରା କାଟିଲେ ଅଗ୍ନିଶମ ବାହିନୀ । ଲୁହା ଗ୍ରୀଲ୍ ସହ ନାବାଳକଙ୍କୁ ଏମ୍ସ ପଠାଇଲା ଅଗ୍ନିଶମ ବାହିନୀ ।
ସୂଚନାଯୋଗ୍ୟ ଯେ, ଆଇଆରସି ଭିଲେଜ୍ ଏନ୍ ୧-୩୧୨ରେ ପରିବାର ସହ ରହୁଥିଲେ ନାବାଳକ ସୋହନ ଦିଗାଲ । ସେ ଘର ପାଚେରୀରେ ଚଢ଼ିଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ପାଚେରୀରେ ଲାଗିଥିବା ଲୁହା ଗ୍ରୀଲ୍ ତାଙ୍କ ଛାତିରେ ପଶି ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ କଟର ସାହାଯ୍ୟରେ ଗ୍ରୀଲ୍ କାଟି ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସକୁ ପଠାଇଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।