ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା

Published By : Prameya | April 19, 2025 10:04 AM

ଭୁବନେଶ୍ୱର,୧୯/୦୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  (ୟୁଜିସି) ନେଟ୍‌ ଜୁନ୍‌ ୨୦୨୫ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ  ହୋଇଛି । ଆସନ୍ତା ମେ ୭ ତାରିଖ ଯାଏ ଆବେଦନ  ପ୍ରକ୍ରିୟା ଚାଲିବ । ୮ ତାରିଖ ସୁଦ୍ଧା ଆବେଦନ ଫି  ଦାଖଲ କରିବାକୁ କୁହାଯାଇଛି । ମେ ୯ରୁ ୧୦ ତାରିଖ  ମଧ୍ୟରେ ଫର୍ମ ସଂଶୋଧନର ସୁଯୋଗ ମିଳିବ । ଆସନ୍ତା ଜୁନ୍‌ ୨୧ରୁ  ଜୁନ୍‌ ୩୦ ମଧ୍ୟରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ  ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । 

କଲେଜ ଓ ବିଶ୍ୱବିଦ୍ୟାଳୟରେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌,  ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ଓ ପିଏଚ୍‌ଡି ନାମଲେଖା ପାଇଁ ୟୁଜିସି  ନେଟ୍‌ ପରୀକ୍ଷା ଆବଶ୍ୟକ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ  ପାଇଁ ୧୧୫୦ ଟଙ୍କା, ସାଧାରଣ ବର୍ଗ (ଆର୍ଥିକ ଅନଗ୍ରସର  ଶ୍ରେଣୀ)/ଓବିସି/ ଏନ୍‌ସିଏଲ୍‌ ପ୍ରାର୍ଥୀଙ୍କ ପାଇଁ ୬୦୦  ଟଙ୍କା, ଏସ୍‌ସି, ଏସ୍‌ଟି, ତୃତୀୟ ଲିଙ୍ଗି ବର୍ଗ ପ୍ରାର୍ଥୀଙ୍କ ପାଇଁ ୩୨୫  ଟଙ୍କା ଆବେଦନ ଫି ରହିଛି । ପ୍ରାର୍ଥୀମାନେ ମୋବାଇଲ୍‌ ନମ୍ବର,  ଇ-ମେଲ୍‌ ଆଇଡିକୁ ଠିକ୍‌ ଭାବେ ପ୍ରଦାନ କରିବାକୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.