ରାଉରକେଲା,୧୯।୪ : ଡ଼ୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନା ପାଇଁ ନିର୍ମାଣ ରେଳ ଲାଇନକୁ ବିରୋଧ । ଏହାକୁ ନେଇ ବସ୍ତିବାସିଦା ଓ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି l ବସ୍ତି ବାସିନ୍ଦାଙ୍କ ଢେଲା ଓ ତୀର ମାଡ଼ରେ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ ଙ୍କ ସମେତ ଛଅ ପୁଲିସ ଗୁରୁତର ହୋଇଛନ୍ତି l
ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ଜେସିବି ଧକ୍କାରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ମୃତ ଆନ୍ଦୋଳନକାରୀ ଜଣକ ହେଲେ ବରକାନିର ଏତୋ ଏକ୍କା (୩୭) । ଲୋକଙ୍କ ଆକ୍ରମଣରେ ଏଏସଆଇ ରାଜେନ୍ଦ୍ର ସାହୁ, ସରୋଜ କୁମାର ମୁଦୁଲିଙ୍କ ସମେତ ମନୋରଞ୍ଜନ ଦାସ, ରାକେଶ ମହାରଣା ଓ ଜେସିବି ଅପରେଟର ସାମୱେଲ ମାସି ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l