ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ହଡ଼ପ କରିଥିଲେ ୪୧ ଲକ୍ଷ; ବନ୍ଧା ହେଲେ ଲ୍ୟାମ୍ପସ୍‌ ଏମ୍‌ଡି

Published By : Bijay Swain | March 30, 2025 12:55 AM

ସୁନ୍ଦରଗଡ଼/ବୀରମିତ୍ରପୁର, ୨୯/୩(ଆପ୍ର): ଚଞ୍ଚକତା କରି ୪୧ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଶନିବାର ବନ୍ଧା ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାର ବ୍ଲକ ରାଏବଗା ଲ୍ୟାମ୍ପସର ମୁଖ୍ୟ ପରିଚାଳକ(ଏମ୍‌ଡି) ଚିତ୍ତରଞ୍ଜନ ମହାନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ରାଏବଗା ଲ୍ୟାମ୍ପସରେ ମାତ୍ରାଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୪୩ ଲକ୍ଷ ଟଙ୍କା ଅଧିକ ବ୍ୟୟ ହୋଇଥିବା ଜଣାପଡ଼ିବା ପରେ  ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ (ଏସ୍‌ଡିସିସି) ଶାଖାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ତଦନ୍ତ କରିଥିଲେ। ପ୍ରାୟ ୪୩ ଲକ୍ଷ ଟଙ୍କାର ଅଧିକ ବ୍ୟୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ରାଏବଗା ଲ୍ୟାମ୍ପସ ଏମ୍‌ଡିଙ୍କୁ ବାରମ୍ବାର ଚିଠି କରିଥିଲେ। 

ଏନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଦୁର୍ନୀତି ସନ୍ଦେହରେ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଯାଞ୍ଚ ବେଳେ ୪୦ ଲକ୍ଷ ୬୮ ହଜାର ଟଙ୍କା ହଡ଼ପ ହୋଇଥିବା ସ୍ପଷ୍ଟ ହୋଇଥିଲା। ବ୍ୟୟ ସମ୍ପର୍କିତ ବିଲ୍‌ କିମ୍ବା କାଗଜପତ୍ର ଏମ୍‌ଡି ଶ୍ରୀ ମହାନ୍ତି ଦେଖାଇ ପାରି ନ ଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ତଦନ୍ତ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.