ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଖେଳିବା ବେଳେ ପୂଜା ମଣ୍ଡପରେ ଲାଗିଲା ନିଆଁ, ନାବାଳକ ଜୀବନ୍ତ ଦଗ୍ଧ...

Published By : Prameya | March 25, 2025 4:45 PM

ରାଉରକେଲା ୨୫/୦୩: ରାଉରକେଲା ସେକ୍ଟର ୬ ସ୍ଥିତ ଟେଲିଫୋନ ଭବନ ପୂଜା ପଡ଼ିଆରେ ଥିବା ପୂଜା ମଣ୍ଡପରେ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ଜଣେ ୧୨ ବର୍ଷର ନାବାଳକ ଜୀବନ୍ତ ଦଗ୍ଧ ହୋଇଛି । ମୃତ ନାବାଳକର ପରିଚୟ ବାଦଲ ମହାରଣା ବୋଲି ଜଣାପଡିଛି।

ସୂଚନା ମୁତାବକ, ସେକ୍ଟର ୬ ବିବେକାନନ୍ଦ ବସ୍ତିରେ ରହୁଥିବା ୫ ଜଣ ପିଲା ଖେଳିବା ଲାଗି ସେହି ପୂଜା ମଣ୍ଡପକୁ ଯାଇଥିଲେ। ପୂଜା ମଣ୍ଡପରେ ଲୁହା ଗ୍ରିଲ ଲାଗି ଥିଲା। ଲୁହା ଗ୍ରିଲ୍ ଉପରେ ଚଢ଼ି ଭିତରେ ପଶି ଖେଳୁଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ନାବାଳକ ଜଣକ ଭିତରେ ଜୀବନ୍ତଦଗ୍ଧ ହୋଇସାରିଥିବା କୁହାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.