ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ; ଭାବ ବିହ୍ଵଳ ହେଲେ ମନ୍ତ୍ରୀ ରବି ନାରାୟଣ ନାୟକ

Published By : Gurupada Nath | March 25, 2025 11:54 PM

କଟକ,୨୫/୩ : ଭାବ ବିହ୍ଵଳ ହୋଇ ଉଠିଲେ ମନ୍ତ୍ରୀ ରବି ନାରାୟଣ ନାୟକ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତି ଚାରଣ କଲାବେଳେ, କିଛି ପୁରୁଣା କଥାକୁ ମନେ ପକାଇ ସଭା ମଞ୍ଚରେ କାନ୍ଦି ପକାଇଲେ ମନ୍ତ୍ରୀ ରବି ନାରାୟଣ । ସ୍ବର୍ଗତ ଡାକ୍ତର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଆଜି କଟକରେ ଆୟୋଜିତ ହୋଇଥିଲା ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା । 

ଯେଉଁଥିରେ ପ୍ରାୟ ସମସ୍ତ ରାଜନୈତିକ ଦଳର ନେତୃ ମଣ୍ଡଳୀ ଯୋଗଦେଇ ଡାକ୍ତର ପ୍ରଧାନଙ୍କ ସ୍ମୁତି ଚାରଣ କରିଛନ୍ତି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ ତାଙ୍କର ପୂର୍ବ ଅନୁଭୂତିକୁ ଭାଷଣ ଆକାରରେ ରଖିଥିଲେ । ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ପ୍ରତି ଥିବା ଅବଦାନ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ସ୍ମୁତି ସଭାରେ ମତ ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.