ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଲକାନଗିରିରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ୧୯୫ଡାକ୍ତର ଓ ୪୭ଜଣ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି

Published By : Gurupada Nath | July 11, 2025 9:01 PM

ମାଲକାନଗିରି,୧୧/୭ : କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପ୍ରତି ଗୁରତ୍ବ ଦେଇ ସ୍ୱାସ୍ଥ୍ୟସେବା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗୁଛି । ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ହସ୍ପିଟାଲ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯୫ଜଣ ଡାକ୍ତର ଓ ୪୭ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ମାଲକାନଗିରି ଜିଲ୍ଲାରେ ଡାକ୍ତରଙ୍କ ସଂଖ୍ୟା ଦିନକୁ ଦିନ ମରୁଡି ହେଉଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି । ତେଣୁ ଡାକ୍ତରଙ୍କ ଅଭାବରୁ ରୋଗୀଙ୍କ ପାଇଁ ଭରସା ପାଲଟିଛି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ହସ୍ପିଟାଲ । ଗରିବ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଅନଭିଜ୍ଞ କ୍ୱାକ, ଦିଶାରି ଓ ଗୁଣିଆ। ମାଲକାନଗିରି ଜିଲ୍ଲା ପ୍ରତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବୈମାତୃକ ମନୋଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି ।

ମାଲକାନଗିରି ଜିଲ୍ଲାରେ ମୋଟ୍ ୩୨୪ଜଣ ଡାକ୍ତରଙ୍କ ଆବଶ୍ୟକ‌ତା ଥିବାବେଳେ ମାତ୍ର ୧୨୯ଜଣ ଡାକ୍ତର ଅଛନ୍ତି । ୧୯୫ଟି ଡାକ୍ତର ପଦବୀ ଖାଲି ପଡିଛି । ଠିକ ସେହିପରି ବିଭିନ୍ନ ବିଭାଗର ୫୮ଜଣ ବିଶେଷଜ୍ଞ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୧୧ଜଣ ଡାକ୍ତର ଅଛନ୍ତି । ୪୭ଟି ବିଶେଷଜ୍ଞ ଡାକ୍ତର ପଦବୀ ବହୁ ବର୍ଷ ହେବ ଖାଲିପଡ଼ିଛି । ଜିଲ୍ଲାର ୮ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନେଥେସିଆ, ସର୍ଜରି, ଶିଶୁବିଭାଗ, ନାଶା ଓ କର୍ଣ୍ଣ ବିଭାଗ, ଟିବି ବିଭାଗ, ସାଇକେଟ୍ରିଆ ବିଭାଗ, ଗାୟନିକ ବିଭାଗ, ରେଡିଓଲୋଜି ବିଭାଗ, ପୋଥୋଲିଜ ବିଭାଗ ଜଣେ ବି ହେଲେ ବିଶେଷଜ୍ଞ ଡାକ୍ତର ନାହାଁନ୍ତି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୨ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ଜିଲ୍ଲା ହସ୍ପିଟାଲରେ ୨୬ଜଣ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ୁଥିବାବେଳେ ଅଛନ୍ତି ମାତ୍ର ୧୧ଜଣ । ୧୫ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ୩୯୧ ଜଣ ଡେଣ୍ଟାଲ ସର୍ଜନ ରହିବା ସ୍ଥଳେ ମାତ୍ର ୧୪୫ଜଣ ଅଛନ୍ତି । ୨୪୬ଟି ପଦବୀ ଦାନ୍ତ ଡାକ୍ତର ପଦବୀ ଅନେକ ବର୍ଷ ହେବ ଖାଲି ପଡ଼ିଛି ।

ଠିକ ସେହିପରି ନର୍ସିଂ ସୁପରିଣ୍ଟେଣ୍ଡାଣ୍ଟ ପଦବୀ ଖାଲି ପଡିଛି । ୪୨୫ଜଣ ନର୍ସିଂ ଅଫିସର ରହିବା ସ୍ଥଳେ ଅଛନ୍ତି ମାତ୍ର ୨୦୨ଜଣ ଫଳରେ ୨୨୩ଟି ପଦବୀ ଖାଲି ପଡିଛି । ଷ୍ଟାପନର୍ସ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାରଙ୍କର ଗୁରୁତ୍ବ ନାହିଁ । ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଏହାର ସୁଯୋଗ ନେଇ କେତକ ଲାଭ ଖୋର ଅନଭିଜ୍ଞ କ୍ୱାକ୍, ଦିଶାରୀ, ଗୁଣିଆମାନେ ଫାଇଦା ଉଠାଇ ରୋଗୀ ସେବା ନାମରେ ସେମାନଙ୍କୁ ଶୋଷଣ କରିବାକୁ ଲାଗୁଛନ୍ତି । ଉପଯୁକ୍ତ ଚିକିତ୍ସା ନ ପାଇ ବିଚରା ରୋଗୀଟିର ଅକାଳ ମୃତ୍ୟୁ ଘଟୁଛି । ଆଉ କେତେ ଜଣ ଆର୍ଥିକ ସ୍ୱଜଳ ଲୋକ ସେମାନଙ୍କ ରୋଗୀଙ୍କୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ହସ୍ପିଟାଲକୁ ନେଇ ଚିକିତ୍ସା କରୁଛନ୍ତି ।

ଡାକ୍ତର ଅଭାବ ଯୋଗୁଁ ବିଭିନ୍ନ ସମୟରେ ଜିଲ୍ଲାରେ ଅଚିହ୍ନା ରୋଗ ବ୍ୟାପି ଅନେକଙ୍କ ଜୀବନ ହାନି ଘଟୁଛି ।         ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର ନ ଥିବାରୁ କେଉଁଠି ଆୟୁସ ଡାକ୍ତର କିମ୍ବା ଫାର୍ମାସିଷ୍ଟ ତ ଆଉ କେଉଁଠି ସ୍ଟାପନର୍ସ କିମ୍ବା ଏଏନଏମ ଦ୍ଵାରା ଡାକ୍ତରଖାନାରେ ରୋଗୀ ସେବା ଚଳିଯାଉଛି । ଜିଲ୍ଲାରେ ଅନେକ ବିଶେଜ୍ଞ ଡାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିଥିଲେ ମଧ୍ୟ ତାହାପୂରଣ ହେଉନାହିଁ । ବିଶେଷ କରି ବହୁ ବର୍ଷ ଧରି ଆନେଥେସିଆ, ଶିଶୁ, ସର୍ଜରୀ ଗାୟନିକ, ଟିବି, ନାଶା କର୍ଣ୍ଣ ବିଶେଜ୍ଞ ଡାକ୍ତର ପଦବୀ ଖାଲି ଥିବାରୁ ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ବଣ୍ଡାଘାଟି, ଦୁର୍ଗମ ଚିତ୍ରକୋଣ୍ଡା ବିଛିନ୍ନାଚଂଳ କଥା କହିଲେ ନ ସରେ ସେଠାରେ ଡାକ୍ତର କେମିତି ଓ ସରକାରି ସ୍ୱାସ୍ଥ୍ୟସେବା କ’ଣ ବୋଲି ଅଧିକାଂଶ ଗ୍ରାମବାସୀ ଜାଣନ୍ତି ନାହିଁ । ସ୍ୱଳ୍ପ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ମାଲକାନଗିରି ଜିଲ୍ଲାରେ କେମିତି ଚାଲିବ ସ୍ୱାସ୍ଥ୍ୟସେବା ।

ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡିଛି । ଡାକ୍ତର ଅଭାବରୁ ଶିଶୁ ମାତୃ ମୃତ୍ୟୁହାର ବଢିବା ସହିତ ରୋଗୀମାନେ ଚିକିତ୍ସା ସେବା ନ ପାଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଅଧୋଗତି ଆଡ଼କୁ ଗତି କରୁଛି । ସେଥିପାଇଁ ଆଦିବାସୀ ଗ୍ରାମବାସି ସରକାରୀ ଡାକ୍ତରଖାନା ଉପରେ ଭରସା ତୁଟାଇ ଦିଶାରି, ଗୁଣିଆ ଓ କ୍ଵାକମାନଙ୍କ ଉପରେ ଭରସା ରଖି ଦିଶାରୀ ଗୁଣିଆଙ୍କ ନିକଟକୁ ରୋଗୀକୁ ନେଇ କୁକୁଡା, ଛେଳି, ବଳି ପକାଇ ଡୁମା ଦେବତାଙ୍କୁ ପୁଜାପାଠ କରି ସନ୍ତୁଷ୍ଟ କରିଥାନ୍ତି । ଜିଲ୍ଲାରେ ଡାକ୍ତର ମରୁଡି ହୋଇଥିବାରୁ ସ୍ୱାସ୍ଥ୍ୟ ସେବା କ୍ୱାକମାନଙ୍କ ହାତରେ ପଡିଛି ।

ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିବା ସଂପର୍କରେ ଆମେ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶଙ୍କୁ ପଚାରିବାରୁ ଜିଲ୍ଲାରେ ଏବେ ବି ୧୯୫ଟି ଡାକ୍ତର ଓ ୪୭ଟି ବିଶେଷଜ୍ଞ ଡାକ୍ତର ପଦବୀ ସହ ୮୬୫ ଟି ଅନ୍ୟାନ୍ୟ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପଦବି ଖାଲି ପଡିଛି । ତଥାପି ସ୍ୱଳ୍ପ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନେଇ ସ୍ୱାସ୍ଥ୍ୟସେବା ସୂଚାରୁ ଭାବେ ଚାଲିଛି । ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଅନେକ ଦୁର୍ଗମ ଅପହଞ୍ଚ ଗାଁ ଗୁଡିକରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଉଛି । ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପଦବୀ ଗୁଡିକ ଖୁବଶିଘ୍ର ପୂରଣ କରିବା ପାଇଁ ରାଜ୍ୟ ସରାକାର ଓ ସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳଙ୍କ ଜରିଆରେ ଚିଠି ପଠାଯାଇଛି । ମାଲକାନଗିରି ଜିଲ୍ଲାରେ ଥିବା ସ୍ଵଚ୍ଛ ସଂଖ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଉଲେଖନୀୟ ସଫଳତା ପାଇଁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୁଇ ଦୁଇ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି ବୋଲି ସିଡିଏମଓ ଶ୍ରୀ ଦାଶ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.