ଫିରିଙ୍ଗିଆ, ୧୧/୭ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ତରଫରୁ ଡ୍ରଙ୍କ ଏନ ଡ୍ରାଇଭ ଚାଲିଥିବା ସମୟରେ ତିନି ମଦ୍ୟପ ବାଇକ ଚାଳକଙ୍କ ବାଇକ ଜବତ କରିବା ସହ ଫାଇନ କାଟିଛି ଫିରିଙ୍ଗିଆ ପୋଲିସ । ସ୍ଥାନୀୟ ଅଞ୍ଚଳରେ କମ୍ ବୟସର ମଦ୍ୟପ ଗାଡ଼ି ଚାଳକମାନେ ଦୈନିକ ବଜାରରେ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବାବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଚାଳକ କିମ୍ବା ଯାତ୍ରୀଙ୍କ ମୃତ୍ୟୁ ହେଉଛି ।
ବାରମ୍ବାର ପୋଲିସ ଚେକିଂ ହେଉ କି ଆରଟିଓ ଚେକିଂକୁ ମଧ୍ୟ ଖାତିର କରୁନାହାନ୍ତି l ଆଜି ଫିରିଙ୍ଗିଆ ବଜାରରେ ପୋଲିସ ଡ୍ରଙ୍କ ଏନ ଡ୍ରାଇଭ ଚାଲିଥିବାବେଳେ ଫିରିଙ୍ଗିଆ ବଜାରରେ ଦ୍ରୁତ ଗତିରେ ଯାଉଥିବା ୩ ମଦ୍ୟପ ଗାଡ଼ି ଚାଳକଙ୍କଠାରୁ ୩ଟି ବାଇକ ଜବତ କରିବା ସହ ଫାଇନ କାଟିଛି । ଏ ନେଇ ଫିରିଙ୍ଗିଆ ଥାନାରେ ମାମଲା ମଧ୍ୟ ରୁଜୁ କରିଛି । ତେବେ ବାଇକ ଚାଳକଙ୍କଠାରେ ଡିଏଲ ନ ଥିବା ମଦ୍ୟ ପାନ କରି ଗାଡ଼ି ଚଳେଇବାକୁ ନେଇ ମାମଲା ରୁଜୁ କରିଛି ପୋଲିସ । ବାରମ୍ବାର ଏଭଳି ଚେକିଂ ଓ ଡ୍ରଙ୍କ ଏନ ଡ୍ରାଇଭ ସତ୍ୱେ ମଦ୍ୟପ ମାନେ ସଚେତନ ହେଉନଥିବାରୁ ମଦ୍ୟପ ଗାଡି ଚାଳକଙ୍କ ଗାଡି ଜବତ ସହ ବଜାରରେ ପାଟ୍ରୋଲିଂ କଡାକଡ଼ି କରିବାକୁ ଅଞ୍ଚଳରେ ଦାବି ହେଉଛି l