ଆନନ୍ଦପୁର,୨୫/୩ : ଆନନ୍ଦପୁର ଫକିରପୁରଠାରେ ସ୍ପଷ୍ଟ ଦିବାଲୋକରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର । ଲୁଟର ଶିକାର ହୋଇଛନ୍ତି ଫରିକପୁର ସିଟି ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଫୁଲ୍ଲ କୁମାର ନାଥଙ୍କ ପରିବାର । ଆଜି ଦିନ ପ୍ରାୟ ୨ଟାରୁ ୨ଟା ୩୦ ମଧ୍ଯରେ ପ୍ରପୁଲ୍ଲ ଘରେ ନ ଥିବାର ସୁଯୋଗ ନେଇ ୨ଟା ବାଇକରେ ୪ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପହଁଞ୍ଚିବା ପରେ ସ୍ତ୍ରୀ ପୁଷ୍ପାବତୀ ନାଥଙ୍କୁ ବନ୍ଧୁକ ଦେଖାଇ ଆଲମିରା ଚାବି ମାଗିଥିଲେ ।
ଭୟଭିତ ହୋଇ ପୁଷ୍ପାବତୀ ଚାବି ଦେବା ପରେ ଆଲମିରାରେ ଥିବା ଏକ ସୁନା ଚେନ୍, ମଙ୍ଗଳସୂତ୍ର, ଦୁଇଟି ମୁଦୀ ଓ ଦୁଇଟି କାନଫୁଲ ନେଇ ପଳାଇଥିଲ । ସନ୍ଧ୍ଯାରେ ସ୍ବାମୀ ଫେରିବାପରେ ପୁଷ୍ପାବତୀଙ୍କ ଠାରୁ ସମସ୍ତ ବିଷୟ ଜାଣିବା ପରେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।