ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦିଶା ସାଲିୟାନ ମୃତ୍ୟୁ ମାମଲା: ଆଦିତ୍ୟ ଠାକରେ, ରିୟାଙ୍କ ବିରୋଧରେ ଏଫ୍‌ଆଇଆର

Published By : Krishna Priya | March 26, 2025 8:35 AM

ମୁମ୍ବାଇ, ୨୬/୦୩: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ମଙ୍ଗଳବାର ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକ୍‌ରେ, ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଡିନୋ ମୋରେଆ, ସୁରଜ ପଞ୍ଚୋଲି ଓ ଅନ୍ୟମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଛି । ଦିଶାଙ୍କ ପିତା ସତୀଶ ସାଲିଆନଙ୍କ ତରଫରୁ ତାଙ୍କ ଓକିଲ ଏହି ଏଫ୍‌ଆଇଆର୍‌ କରିଛନ୍ତି । ସତୀଶଙ୍କ ପକ୍ଷରୁ ମୁମ୍ବାଇ ପୁଲିସ କମିଶନରଙ୍କୁ ଅଭିଯୋଗ ପତ୍ର ଦିଆଯାଇଛି । ଏଥିରେ ସେ ଆଦିତ୍ୟ ଠାକ୍‌ରେଙ୍କୁ ଅଭିଯୁକ୍ତ ଦର୍ଶାଇବା ସହ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ ହୋଇଥିବା କହିଛନ୍ତି । 

ସେହିଭଳି ଅଭିନେତା ଡିନୋ ମୋରେଆ, ସୁରଜ ପଞ୍ଚୋଲି, ତାଙ୍କ ଅଙ୍ଗରକ୍ଷୀ ପରମବୀର ସିଂହ, ସଚିନ ୱାଜେ ଓ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି ସତୀଶ । ସତୀଶଙ୍କ ଅଭିଯୋଗପତ୍ରକୁ ଆଧାର କରି ତାଙ୍କ ଓକିଲ ନୀଲେଶ ଓଝା କହିଛନ୍ତି, ପରମବୀର ସିଂହ ଏହି ମାମଲାକୁ ଲୁଚାଇବା ପାଇଁ ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରିଛନ୍ତି । ସେ ଆଦିତ୍ୟ ଠାକ୍‌ରେଙ୍କୁ ସୁରକ୍ଷା ଦେବା ଲାଗି ଏକ ସାମ୍ବାଦିକ ସମ୍ମିଳନୀରେ ମିଛ କହିଛନ୍ତି । ଏନ୍‌ସିବି ତଦନ୍ତ ରିପୋର୍ଟରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ ଆଦିତ୍ୟ ନିଶା କାରବାରରେ ସାମିଲ ଥିଲେ । ଦିଶା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଥିଲେ । ସୁଶାନ୍ତଙ୍କ ମୃତ୍ୟୁର ଏକ ସପ୍ତାହ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.