ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

କେରଳ ବିଜେପିର ମଙ୍ଗ ଧରିଲେ ରାଜୀବ ଚନ୍ଦ୍ରଶେଖର

Published By : Prameya | March 25, 2025 9:49 AM

ନୂଆଦିଲ୍ଲୀ,୨୫/୦୩: କେରଳ ବିଜେପିର ମଙ୍ଗ ଧରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର ।ରବିବାର ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜୀବ ଚନ୍ଦ୍ରଶେଖରଙ୍କୁ କେରଳ ଶାଖାର ସଭାପତି କରିବା  ଲାଗି ପ୍ରସ୍ତାବ ଦେଇଥିଲେ । ସୋମବାର ସର୍ବସମ୍ମତିକ୍ରମେ ସମର୍ଥନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।  

ସୋମବାର ତିରୁଅନନ୍ତପୁରମରେ ଅନୁଷ୍ଠିତ ବିଜେପି କେରଳ  ରାଜ୍ୟ ପରିଷଦ ବୈଠକରେ ସେ ଦଳର ଦାୟିତ୍ୱ  ଗ୍ରହଣ କରିଛନ୍ତି । ପରେ ଗଣମାଧ୍ୟମକୁ ସେ କହିଛନ୍ତି  ରାଜ୍ୟରେ ବିଜେପିକୁ ବିକଳ୍ପ ଭାବେ ଠିଆ କରାଇବେ । ଦୁଇ ରାଜନୈତିକ ସାମ୍ମୁଖ୍ୟ ଏଲ୍‌ଡିଏଫ ଏବଂ ୟୁଡିଏଫ୍‌ ରାଜ୍ୟକୁ ରସାତଳକୁ ନେଇଯାଇଛନ୍ତି । ସେ କେବଳ ରାଜ୍ୟ ନୁହେଁ, ରାଜ୍ୟବାସୀଙ୍କ ଜୀବନରେ  ବଡ ପରିବର୍ତ୍ତନ ଆଣିବେ । 

ଅର୍ଥନୀତିରେ ରାଜ୍ୟକୁ ସମୃଦ୍ଧ କରିବେ, ନିବେଶ ଆଣିବେ, ଯୁବବର୍ଗଙ୍କ  ପାଇଁ ସୁଯୋଗ ସୃଷ୍ଟି କରିବେ ଓ ରାଜ୍ୟବାସୀଙ୍କୁ ବିକଳ୍ପ  ସରକାର ଦେବେ । ରାଜ୍ୟକୁ ବିକଶିତ କେରଳ ଭାବେ  ଗଢ଼ିତୋଳିବା ଲାଗି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.