ପ୍ରମୂଖ ଖବର
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

କ୍ଷମା ମାଗିବାକୁ ମନା କଲେ କୁନାଲ କାମରା; ସିନ୍ଧେ କହିଲେ, ସୀମା ରହିବା ଦରକାର...

Published By : Anindita Ratha | March 25, 2025 1:29 PM

ନୂଆଦିଲ୍ଲୀ,୨୫/୦୩:ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରାଙ୍କ ବଢିବାରେ ଲାଗିଛି ଅଡ଼ୁଆ । ଶିବସେନା ସିନ୍ଧେ ଗୋଷ୍ଠୀ ତାଙ୍କୁ  ଦେଇଛି ଖୋଲା ଚେତାବନୀ। ଏପରି ସ୍ଥିତିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି କୁନାଲ। 

ଗତକାଲି ଅର୍ଥାତ ସୋମବାର  ବିଳମ୍ବିତ ରାତିରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କ୍ଷମା ମାଗିବା ବିଷୟରେ କହିଛନ୍ତି। ଏହା ସହିତ,ହାସ୍ୟ ଅଭିନେତା ଶୋ’ ରେକର୍ଡିଂ ହୋଇଥିବା ସ୍ଥାନରେ ହୋଇଥିବା ଭଙ୍ଗାରୁଜାକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ ପୋଷ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ,  ମୁଁ ଏହି ଭିଡ଼କୁ ଭୟ କରେ ନାହିଁ । ମୁଁ ମୋ ବିଛଣା ତଳେ ଲୁଚି ରହି ଘଟଣା ଶାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ନାହିଁ। ମନୋରଞ୍ଜନ ସ୍ଥାନ କେବଳ ଏକ ମଞ୍ଚ, ସମସ୍ତ ପ୍ରକାରର ଶୋ ପାଇଁ ଏକ ସ୍ଥାନ । ହାବିଟାଟ୍ (କିମ୍ବା ଅନ୍ୟ କୌଣସି ସ୍ଥାନ) ମୋର କମେଡ଼ି ପାଇଁ ଦାୟୀ ନୁହେଁ । କିମ୍ବା ମୁଁ ଯାହା କହୁଛି ତାହା ଉପରେ ଏହାର କୌଣସି କ୍ଷମତା ନାହିଁ। ଜଣେ ହାସ୍ୟ ଅଭିନେତାଙ୍କ କଥା ପାଇଁ ଏକ ସ୍ଥାନ ଉପରେ ଆକ୍ରମଣ କରିବା ଟମାଟୋ ବୋଝେଇ ଟ୍ରକକୁ ଓଲଟାଇ ଦେବା ପରି ମୂର୍ଖତା । ତଥାପି, ମୋ ବିରୋଧରେ ଯେକୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୋଲିସ ଏବଂ କୋର୍ଟକୁ ସହଯୋଗ କରିବାକୁ ପ୍ରସ୍ତୁତ। 

ଏହା ମଧ୍ୟ ପଢନ୍ତୁ-  ‘ଛାବା’ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି , ସଂସଦରେ ଏହି ଦିନ ହେବ ସ୍ବତନ୍ତ୍ର ସ୍କ୍ରିନିଂ

ଅନ୍ୟପଟେ କୁନାଲ କାମରା ବିବାଦକୁ ନେଇ ଏକନାଥ ସିନ୍ଧେ କହିଛନ୍ତି, ସମସ୍ତଙ୍କୁ କହିବାର ସ୍ବାଧୀନତା ଅଛି । ଆମେ ବ୍ୟଙ୍ଗକୁ ବି ବୁଝୁଛୁ । ହେଲେ, ଏହାର ଏକ ନିର୍ଦ୍ଦିଷ୍ଟ ସୀମା ରହିବା ଦରକାର । ସେପଟେ କୁନାଲ କ୍ଷମା ମାଗିବାକୁ ମନା କରିବା ପରେ ମହାରାଷ୍ଟ୍ର ସରକାରରେ ଥିବା ଜଣେ ମନ୍ତ୍ରୀ  କହିଛନ୍ତି, ‘ଯଦି ସେ କ୍ଷମା ମାଗିବେ ନାହିଁ, ତେବେ ଶିବସେନା ତାଙ୍କୁ ଛାଡ଼ିବ ନାହିଁ । ଆମେ ଏମିତି ଅପମାନକୁ ବରଦାସ୍ତ କରିବୁନି । ଯଦି ସେ କ୍ଷମା ନ ମାଗିବେ ତେବେ ବାହାରକୁ ଆସନ୍ତୁ, ଲୁଚୁଛନ୍ତି କାହିଁକି । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.