ଜଗତସିଂହପୁର,୨୫/୩ : ଯାଞ୍ଚ୍, ତନଖି ନାହିଁ ।ମନଇଚ୍ଛା କିଛି ମିଲର୍ ବୋହି ଚାଲିଛନ୍ତି ଧାନ । ସରକାରୀହିସାବରେ ଜିଲ୍ଲାରେ ବଳକା ଧାନ ନଥିବା ସତ୍ତେ୍ୱ ଟ୍ରିପ ଟ୍ରିପ୍ ଧାନ ମଣ୍ଡିକୁ କିଭଳି ପହଞ୍ଚୁଛି ସେଥି ନେଇ ସନ୍ଦେହ ଘନୀଭୂତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ଧାନ ସଂଗ୍ରହ ଟାର୍ଗେଟ୍ ରହିଥିଲା ୧୩ ଲକ୍ଷ ୯୩ ହଜାର କ୍ବିଣ୍ଟାଲ୍ । ପର୍ଯ୍ୟାୟକ୍ରମେ ସରକାର ଜିଲ୍ଲାକୁ ଅଧିକ ଧାନସଂଗ୍ରହର ଟାର୍ଗେଟ ଓଜାଡ଼ି ଦେଇଥିଲେ । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ ଉପରେ ୧୭ ଲକ୍ଷ ୩ ହଜାରକ୍ୱିଣ୍ଟାଲ୍ ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରଖାଯାଇଛି । ଆଜି ସୁଦ୍ଧା ଧାନ ସଂଗ୍ରହ ପରିମାଣ ୧୬ ଲକ୍ଷ ୯ହଜାର ୨୪୬ କ୍ବିଣ୍ଟାଲ୍କୁ ଛୁଇଁ ଯାଇଛି ।
ଏଣେ ପୁଣି ଆସନ୍ତାଦ୍ୱନ୍ଦ୍ୱ ରହିଛି । ଜିଲ୍ଲା କୃଷି ବିଭାଗମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ ମଣ୍ଡିକାର୍ଯ୍ୟକାରୀ ରହିବ । ତେବେ ଜିଲ୍ଲାରବଳକା ଧାନ ୧୭ ଲକ୍ଷ କ୍ବିଣ୍ଟାଲ୍ରୁ ଊଦ୍ଧ୍ୱ କିଭଳି ଆସିଲା ତାହାହିଁ ପ୍ରଶ୍ନବାଚୀସୃଷ୍ଟି କରିଛି । କାରଣ ପ୍ରାରମ୍ଭରୁ ବିଭିନ୍ନମଣ୍ଡିରେ ବିଶୃଙ୍ଖଳା ପ୍ରକାଶ ପାଇଥିଲା । ଏତଦ୍ଭିନ୍ନ ଧାର୍ଯ୍ୟସମୟଠାରୁ ବିଳମ୍ବରେ ବିଭିନ୍ନ ସ୍ଥାନରେ ମଣ୍ଡିର ଶୁଭାରମ୍ଭହୋଇଥିଲା । ଇତି ମଧ୍ୟରେ ବାଲିକୁଦାର ଏକ ରାଇସ୍ମିଲ୍ ମଣ୍ଡି ପରିବର୍ତ୍ତେ ସିଧାସଳଖ ବହୁ ଚାଷୀଙ୍କଠାରୁ ଧାନକିଣି ବିବାଦର ଘେରକୁ ଆସିଥିଲା । ନିକଟରେ ପ୍ରଶାସନପକ୍ଷରୁ ଉକ୍ତ ରାଇସ୍ ମିଲ ବିରୋଧରେ ବାଲିକୁଦା ଥାନାରେଏତଲା ଦିଆଯାଇଛି । ଅନୁରୂପ ଭାବେ କିଛି ସୋସାଇଟିଭିଏଲ୍ଡବ୍ଲ ୁ ମାନଙ୍କ ଜରିଆରେ ସର୍ଭେକରି ଜିଲ୍ଲାର ବଳକା ଧାନ ପାଖାପାଖି୧୮ ଲକ୍ଷ କ୍ବିଣ୍ଟାଲ୍ ରହିଥିବା ଆକଳନ ସମ୍ପାଦକଙ୍କୁ ଏକାଧିକ ମଣ୍ଡି ଦାୟିତ୍ୱରେ ରଖାଯାଇଥିଲା ।
ଯଦ୍ୱାରା ଅତିରିକ୍ତ ଦାୟିତ୍ୱ ନେଇଥିବା କେତେକ ସମ୍ପାଦକ କରିଥିଲେ । ତେବେ ବର୍ଷା ବିତ୍ପାତରେ ଜିଲ୍ଲାର ୩୩ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଥିବାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ଅର୍ଥାତ ୧୮ଲକ୍ଷ କ୍ବିଣ୍ଟାଲ୍ରୁ ୩୩ ପ୍ରତିଶତକୁ ବାଦ୍ ଦେଲେ ଜିଲ୍ଲାର ନିଜ ସୋସାଇଟିର ମଣ୍ଡିକୁ ଯେତିକି ଗୁରୁତ୍ୱ ଦେଇଥିଲେ ଅନ୍ୟ ପ୍ରତି ଉଦାସୀନ ରହିଥିବା ଅଭିଯୋଗ ଉଠିଥିଲା । କେତେକ ସ୍ଥଳେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି ସୋସାଇଟିସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।ଏଣେ ପୁଣି ଜିଲ୍ଲାର ବଳକା ଧାନର ପରିମାଣକୁ ନେଇବଳକା ଧାନ ପରିମାଣ ହାରାହାରି ୧୨ ଲକ୍ଷ କ୍ବିଣ୍ଟାଲ୍ ରହିବ । ତେଣୁ କରି ଏବେ ୧୭ ଲକ୍ଷ କ୍ବିଣ୍ଟାଲ୍ ଧାନ ସଂଗ୍ରହରଟାର୍ଗେଟ ସରକାର ବା ପ୍ରଶାସନ କେଉଁ ଗଣିତ ହିସାବରେ ଗ୍ରହଣ କଲେ ତାହାହିଁ ଚକିତର ବିଷୟ ହୋଇଛି ।
ଏଣେ ବର୍ଷା ବିତ୍ପାତରେ ଫସଲହାନୀକୁ ନେଇସରକାର ଜିଲ୍ଲାକୁ ୨୯ କୋଟିର ଅନୁଦାନ ପ୍ରଦାନକରିଥିଲେ ସୁଦ୍ଧା ତାହା କ୍ଷତିଗ୍ରସ୍ତକୁ ଚିହ୍ନଟ କରିବଣ୍ଟନ ନହୋଇ ଏକପ୍ରକାର ପଡ଼ିରହିଛି । ଏହାବାଦ୍ଅଧିକାଂଶ ମଣ୍ଡିରେ ୪ କେଜି କରି କଟ୍ନୀଛଟ୍ନୀହେଉଥିବାର ଅଭିଯୋଗ ଉଠିଥିଲା । ତା’ବାଦ୍ ଏତେପରିମାଣର ବଳକା ଧାନ ଆସିଲା କେଉଁଠୁ ସେଦିଗରେ ପ୍ରଶାସନର ସାମାନ୍ୟତମ ତଦନ୍ତ ଥିବାମନେ ହେଉ ନାହିଁ । ବରଂ କହିବାକୁ ଗଲେ ଜିଲ୍ଲାରେନଗଦ ଉପରେ ଚାଲିଥିବା ଧାନ ସଂଗ୍ରହକୁ ମନଇଚ୍ଛାକୌଣସି ଯାଞ୍ଚ କରାନଯାଇ ଆଗେଇ ନିଆଯାଉଛି । କିଛିମିଲର୍, ସୋସାଇଟି ସମ୍ପାଦକ ମାଲାମାଲ୍ ହେଉଛନ୍ତି ।