ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ରୋଷେଇ ଘରୁ ନିଆଁ ଲାଗି ଜଳିଗଲା ଘର

Published By : Prameya | March 25, 2025 8:06 PM

ଚନ୍ଦାହାଣ୍ଡି,୨୫/୩ :   ଚନ୍ଦାହାଣ୍ଡି ବ୍ଲକ ଅନକାବେଡ଼ା ପଞ୍ଚାୟତ ଅଧିନ ସନ୍ଧିମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ । ରୋଷେଇ ଘରୁ ନିଆଁ ଲାଗି ପାଉଁଶ ହେଲା ଘରର ଆସବାବପତ୍ର । ଗ୍ରାମର ସନ୍ତୋଷ କେଉଟଙ୍କ ରୋଷେଇ ଘର ଚୁଲିରୁ ହଠାତ୍ ନିଆଁ ଲାଗିଯାଇଥିଲା । ପରେ ତାଙ୍କ ଘର ପୋଡ଼ି ଯିବା ସହ ଘରେ ଥିବା ରାସନ ସାମଗ୍ରୀ, ୫୦୦୦ଟଙ୍କା, ଲୁଗାପଟା ଏବଂ ଘରେ ଥିବା ଜମିପଟା ସମେତ ଅନ୍ୟାନ୍ୟ କାଗଜପତ୍ର ପୋଡି ଯାଇଥିବା ନେଇ ସନ୍ତୋଷ କହିଛନ୍ତି l 

ସୂଚନା ଅନୁସାରେ, ଦିନ ୧୦ଟା ସମୟରେ ସନ୍ତୋଷଙ୍କ ସ୍ତ୍ରୀ ଲକ୍ଷ୍ମୀ ପରିବାର ପାଇଁ ରୋଷେଇ କାମ ସାରି ନିକଟସ୍ଥ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ସନ୍ତୋଷ ଏବଂ ତାଙ୍କ ପୁଅମାନେ କୌଣସି କାମରେ ବାହାରକୁ ଯାଇଥିଲେ l  ତାଙ୍କ ରୋଷେଇ ଘର ଚୁଲି ନିଆଁ ଲାଗି ତାଙ୍କ ଘରେ ହୁତୁ ହୁତୁ ହୋଇ ଜଳିବା ଦେଖି ଗ୍ରାମବାସୀ ଚିତ୍କାର କରିବା ସହ ସମସ୍ତେ ମିଶି  ନିଆଁକୁ ଆୟତ କରିଥିଲେ l ପଡିଶା ଲୋକେ ତାଙ୍କ ୫ପ୍ରାଣୀ କୁଟୁମ୍ବଙ୍କୁ ଖାଇବା ପାଇଁ ଦେଉଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି l ଏ ଦିଗରେ ବ୍ଲକ ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି l

 ଏ ନେଇ ଅନକାବେଡା ପିଇଓ ପ୍ରେମଲାଲ ନାଗେଶଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ପ୍ରଶାସନ ତରଫରୁ ୧୦କେଜି ଚାଉଳ ଡାଲି ଯୋଗାଇ ଦେଇଥିବା ପ୍ରକାଶ କରିଛନ୍ତି l ଖୁବଶୀଘ୍ର ପରିବାରକୁ ଆବାସ ଗୃହ ଯୋଗାଇ ଦେବା ପାଇଁ ପ୍ରୟାସ କରିବେ ବୋଲି ସେ ସୂଚନା ଦେଇଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.