ପ୍ରମୂଖ ଖବର
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଧରଣୀଧର ମେଡ଼ିକାଲ କଲେଜରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଫାଙ୍କା

Published By : Prameya | March 25, 2025 10:53 PM

କେନ୍ଦୁଝର,୨୫/୩ : କେନ୍ଦୁଝରରେ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଅନେକ ଦାବି ଫଳରେ ଗତ ସରକାର ସମୟରେ ଏହାର ନିର୍ମାଣ ହୋଇଥିଲା ।ତେବେ ରାଜ୍ୟରେ ନିର୍ମାଣ ହୋଇଥିଲା ମେଡ଼ିକାଲ କଲେଜ ଗୁଡିକ ରାଜ୍ୟ ଓ କେନ୍ଦ୍ରୀୟ ପାଣ୍ଠିରେ ନିର୍ମାଣ ହୋଇଥିବାବେଳେ କେନ୍ଦୁଝରରେ ଏହାର ବ୍ୟତିକ୍ରମ ହୋଇଥିଲା । ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଅନୁଦାନରେ ଏହାର ନିର୍ମାଣହୋଇଥିବା ବେଳେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେଅନେକ ଗୁରୁତ୍ୱପୂର୍ଣ୍ଣ ପଦବି ଫାଙ୍କା ପଡ଼ିଥିବା ବିଧାନସଭାରେ ଘସିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।

ବହୁ ପ୍ରତୀକ୍ଷିତ କେନ୍ଦୁଝରଠାରେ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଫଳରେ ଗତ ସରକାର ତରବରିଆ ଭାବେ ମେଡ଼ିକାଲକଲେଜ ଘୋଷଣା କରିଥିଲେ । ୨ ବର୍ଷ ତଳେ ମେଡ଼ିକାଲକଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଗତ ନିର୍ବାଚନ ପୂର୍ବରୁ ଏହାକୁ ବିପ୍ଳବୀ ନେତା ଧରଣୀଧରଙ୍କ ନାମରେ ନାମିତ କରାଯାଇଛି । ୫ଶହ ଣଯ୍ୟା ବିଶିଷ୍ଟ ଏହି ମେଡିକାଲକଲେଜରେ ୪ଟି ବିଭାଗର ବହିବିଭାଗ ଚିକିତ୍ସା ଆରମ୍ଭହୋଇଛି । ଖୁବଶିଘ୍ର ଅନ୍ୟ ବିଭାଗର ଚିକିତ୍ସା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଦ୍ୟାବଧି ପୂରଣ କରିବାରେୂ ସରକାର ବିଫଳହୋଇଛନ୍ତି । ୨୧ଟି ପ୍ରଫେସର ପଦବି ମଧ୍ୟରୁ ୬ଟି ଶୂନ୍ୟପଡିଛି ।

ଆସୋସିଏଟ୍‌ ପ୍ରଫେସର ୨୭ ପଦବିରୁ ୧୦ଟି,ସହକାରୀ ପ୍ରଫେସର ପଦବି ୪୭ରୁ ୩ଟି ଏବଂ ୬୫ଟିଟିଟ୍ୱର ପଦବିରୁ ୨୦ଟି ଶୂନ ପଡିଛି । ମୋଟ ୧୬୦ ଗୋଟିପଦବିରୁ ୩୯ଟି ପଦବି ଶୂନ୍ୟ ପଡିଥିବାରୁ ମେଡ଼ିକାଲକଲେଜରେ ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାଜଣାପଡିଛି । ରାଜ୍ୟରେ ସରକାରୀ ବଦଳିବା ପରେ ମୋହନଚରଣ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ମେଡ଼ିକାଲକଲେଜରେ ଟ୍ରମା ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.