ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଛାତ୍ର ବୋହିଲେ ଆଳୁ ପିଆଜ ବସ୍ତା

Published By : Gurupada Nath | March 25, 2025 11:59 PM

ଜୟପୁର,୨୫/୩ : ଆଳୁପିଆଜବସ୍ତା ବୋହୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ସମୟରେବିପଦପୂର୍ଣ୍ଣ ଅବସ୍ଥାରେ କାନ୍ଧରେ, ହାତରେବୋହି ରାସ୍ତା ପାରିହୋଇ ଦୋକାନରୁ ସ୍କୁଲକୁ ନେଉଛନ୍ତି । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଜାମୁଣ୍ଡା ପ୍ରାଥମିକ ସ୍କୁଲରେ । କେତେକ ଯୁବକ ଏହାର ଭିଡିଓ ଉତ୍ତୋଳନକରି ଭାଇରାଲ କରିଛନ୍ତି । ପ୍ରଧାନଶିକ୍ଷକଏଥିପାଇଁ କିପରି ଅନୁମତି ଦେଲେ ତାକୁ ନେଇପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତାରେଯଦି କୌଣସି ଅଘଟଣ ଘଟେ, ସେଥିଲାଗିକିଏ ଦାୟୀ ରହିବେ ବୋଲି ପଚାରିଛନ୍ତି । ଏଥିଲାଗି ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆଜି ସ୍କୁଲସମୟରେ ପିଲାଙ୍କୁ କିରାଣା ଦୋକାନକୁପଠାଯାଇଥିଲା । ଆଳୁ ଓ ପିଆଜ ଆଣିବାକୁପ୍ରଧାନଶିକ୍ଷକ ନିର୍ଦ୍ଦେଶ ଦେଇଥିଲେ । ବାଧ୍ୟ ହୋଇ ସ୍କୁଲ ପୋଷାକରେ ଥାଇ ବିପିଲାମାନେ ବସ୍ତା ବୋହିବୋହି ସ୍କୁଲକୁଆଣିଥିଲେ । 

ଜାମୁଣ୍ଡା ମୁଖ୍ୟରାସ୍ତାରେସବୁବେଳେ ଗାଡିମୋଟର ଯିବାଆସିବାକରୁଛି । ପାଦେ ପାଦେ ଦୁର୍ଘଟଣାର ଭୟରହିଛି । ଅନ୍ୟ କର୍ମଚାରୀ କିମ୍ବା ଖଲାସିଙ୍କଦ୍ୱାରା ସେ ଆଳୁପିଆଜ ଆଣିପାରିଥାନ୍ତେ । ଏହା ନକରି ପିଲାଙ୍କ ଦ୍ୱାରା କରାଇବାସଂପୂର୍ଣ୍ଣ ବେଆଇନ । ଏହାର ତଦନ୍ତକରାଯାଇ ପ୍ରଧାନଶିକ୍ଷକଙ୍କ ବିରୋଧରେକାର୍ଯ୍ୟାନୁଷ୍ଠାନ ନିଆଯାଉ ।ଏ ସମ୍ପର୍କରେ ଆମେ ଜାମୁଣ୍ଡାପ୍ରଧାନଶିକ୍ଷକ ସୋମନାଥ ଗାଦବାଙ୍କୁପଚାରିବାରୁ କହିଛନ୍ତି, ବୁଦବାରସ୍କୁଲର ବାର୍ଷିକୋତ୍ସବ ପାଳନ କରାଯିବ । 

ଏଥିଲାଗି ସେ ସବୁ ସାମଗ୍ରୀ ପିଲାଙ୍କ ଦ୍ୱାରାଅଣାଇଥିଲେ । କର୍ମଚାରୀଙ୍କ ଦ୍ୱାରା ଏସବୁସାମଗ୍ରୀ ନଆଣି ପିଲାଙ୍କ କାନ୍ଧରେ କାହିଁକିଲଦିଲେ ବୋଲି ପଚାରିବାରୁ କୌଣସିଉତ୍ତର ଦେଇପାରି ନଥିଲେ । ବିଇଓ ଚନ୍ଦନକୁମାର ନାୟକ କହିଛନ୍ତି, ପ୍ରଧାନଶିକ୍ଷକଙ୍କସହ ଯୋଗାଯୋଗ କରିବାକୁ ଉଦ୍ୟମକରିଥିଲେ । ସେ ଫୋନ ଉଠାଉନଥିବାରୁପଚାରିପାରି ନାହାନ୍ତି । ତଦନ୍ତ କରିକାର୍ଯ୍ୟାନୁଷ୍ଠାନ ନେବେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.