ପାତ୍ରପୁର, ୨୫/୩ : ତାମିଲନାଡ଼ୁସେଲାମ୍ ରେଳ ଷ୍ଟେସନରୁ ତିନି ଜଣ ଓଡ଼ିଆଶ୍ରମିକଙ୍କୁ ଅପହରଣ ଓ ପରେ ମାଡ଼ ମାରିବାସହ ଶାରୀରିକ ନିର୍ଯାତନା ଅଭିଯୋଗ ହୋଇଛି । ଜଣକ ପିଛା ୧୫ ହଜାର ଟଙ୍କା ଦେଲେ ଛଡ଼ାଯିବ ନହେଲେ ପ୍ରାଣରେ ମାରିଦେବେ ବୋଲିଧମକ ଦେଇଥିଲେ ଅପହର୍ତ୍ତା । ଶେଷରେନିରୁପାୟ ହୋଇ ଘରକୁ ଫୋନ କରି ତିନି ଜଣଶ୍ରମିକ ମୋଟ ୫୫ ହଜାର ଟଙ୍କା ଅପହର୍ତ୍ତାଙ୍କୁଦେବା ପରେ ତାଙ୍କୁ ମୁକ୍ତ କରିଥିଲେ । ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲାପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ଅନ୍ତର୍ଗତସିନ୍ଧିପଙ୍କ ଓ ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାପୁରଗ୍ରାମର ତିନି ଜଣ ଯୁବକ । ଅପହର୍ତ୍ତାଙ୍କ କବଳରୁ ମୁକ୍ତି ପାଇବା ପରେସେମାନେ ଆମ ପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତ ଗୁରୁବାର ସିନ୍ଧିପଙ୍କ ଗ୍ରାମର ଭୀମ ବେହେରା(୩୭), ଗଙ୍ଗାପୁର ଗ୍ରାମର କୃଷ୍ଣ କାର୍ଜୀ(୧୮)ଓ ଟୁନା କାର୍ଜୀ(୨୦) ତିନି ଜଣ ଯୁବକ ଦାଦନଖଟିବାକୁ କେରଳ ଯାଉଥିଲେ । ରାସ୍ତାରେ କିଛିଦୁର୍ବୃତ୍ତ ସେଲାମ ଷ୍ଟେସନରେ ଗୋଟିଏ ଭିଜିଟିଂକାର୍ଡ ଦେଇ ପାରଲେ-ଜୀ ବିସ୍କୁଟ କାରଖାନାରେକାମ କରିବା ପାଇଁ ଶ୍ରମିକ ଆବଶ୍ୟକ କହିଥିଲେ ।କିନ୍ତୁ ସେମାନେ ପ୍ରସ୍ତାବରେ ରାଜି ନହୋଇ ପୂର୍ବନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି କାମ କରିଥିଲେ । କିନ୍ତୁସେଠାରେ କାମ ତୁଳନାରେ ଦରମା ନଗଣ୍ୟଯୋଗୁଁ ରେଳଯାତ୍ରା ସମୟରେ ପାଇଥିବା ଭିଜିଟିଂକାର୍ଡରେ ଥିବା ଫୋନ ନମ୍ବରରେ ଯୋଗାଯୋଗକରିଥିଲେ । ଫୋନ୍ କଲ୍ ପାଇବା ପରେ ସେଲାମଷ୍ଟେସନରେ ପହଞ୍ଚି ତାଙ୍କ ସହିତ ଯୋଗାଯୋଗକରିବା ପାଇଁ କହିଥିଲେ ଭିଜିଟିଂ କାର୍ଡରେନାମ ଉଲ୍ଲେଖ ଥିବା ଯୁବକ କହିଥିଲେ । ସେ ଅନୁସାରେ ତିନିଜଣ ଯୁବକ ସେଲାମଷ୍ଟେସନରେ ପହଞ୍ଚିବା ପରେ ଭିଜିଟିଂ କାର୍ଡରେଥିବା ନମ୍ବରରେ ପୁଣି ଯୋଗାଯୋଗ କରିଥିଲେ ।ପରେ ଦୁଇ ଜଣ ବ୍ୟକ୍ତି ଗୋଟିଏ କାରରେ ଆସିତାଙ୍କୁ ନେଇ ଯାଇଥିଲେ । ଷ୍ଟେସନରୁ ପ୍ରାୟଦୁଇ ତିନି ଘଣ୍ଟା ଜଙ୍ଗଲ ରାସ୍ତାରେ ନେବା ପରେଗୋଟିଏ ବନ୍ଦ କୋଠରୀରେ ରଖି ନିର୍ଯାତନାଦେଇଥିଲେ । ତିନି ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବାପରେ ତାଙ୍କୁ ଜଣକ ପିଛା ୧୫ ହଜାର ଟଙ୍କାଲେଖାଏଁ ଏକ ଘଣ୍ଟା ଭିତରେ ଦେବାକୁ ନିର୍ଦ୍ଦେଶଦେଇଥିଲେ । ଯଦି ଟଙ୍କା ଦେବାରେ ବିଳମ୍ବ ହୁଏତେବେ ପ୍ରତ୍ୟେକ ଅଧ ଘଣ୍ଟାରେ ୫ ହଜାରଟଙ୍କା ଅଧିକ ଦାବି କରିଥିଲେ । ପ୍ରଥମ ଯୁବକଭୀମ ବେହେରା ତୁରନ୍ତ ଘରକୁ ଫୋନ କରି୧୫ ହଜାର ଟଙ୍କା ଫୋନ ପେ’ ମାଧ୍ୟମରେଦେଇଥିଲେ ।
ଅନ୍ୟ ଦୁଇ ଜଣ ଯୁବକ ଅଧଘଣ୍ଟା ବିଳମ୍ବ ହେବାରୁ ୨୦ ହଜାର ଟଙ୍କା ପୈଠକରିବାକୁ ବାଧ୍ୟ ହୋଇଥିଲେ ।ମୋଟ ୫୫ ହଜାର ଟଙ୍କା ପାଇବା ପରେ ଦୃର୍ବୃତ୍ତମାନେ ତିନିଜଣଙ୍କ ଆଖିରେ ପଟି ବାନ୍ଧି ବେକରେ ଧାରୁଆଅସ୍ତ୍ର ରଖି ତିନି ଘଣ୍ଟା ଚଲାପଥରେ ନେବା ପରେତାଙ୍କୁ ମୁଖ୍ୟ ରାସ୍ତାରେ ଛାଡ଼ି ସେଠାରୁ ଚମ୍ପଟମାରିଥିଲେ । ସେଠାରୁ କୌଣସି ମତେ ନିଜଗ୍ରାମରେ ପହଞ୍ଚି ଚିକିତ୍ସା ହେଉଥିବା ସୂଚନାମିଳିଛି । ଏନେଇ ଭୀମ ବେହେରା ଘଟଣାସମ୍ପର୍କରେ ବିସ୍ତୃତ ତଥ୍ୟ ଦେବା ସହିତ ପ୍ରତିକ୍ରିଆରେ କହିଛନ୍ତି, ଆମ ସହିତ ଯାହାହେଲା ଅନ୍ୟ ଶ୍ରମିକଙ୍କ ସହିତ ନହେଉ ।ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହିତ ଦୁର୍ବୃତ୍ତଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି ।